ପାରାଲିମ୍ପିକ୍ସରେ ଭାଗ ନେଉଥିବା ଖେଲାଳିଙ୍କ ସମର୍ଥନରେ ବାହାରିଲେ ସଚିନ ତେନ୍ଦୁଲକର

ମୁମ୍ବାଇ,୨୩।୮: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ନିବେଦନ କରିଥିଲେ। ପାରା ଆଲିମ୍ପିକ୍ସରେ ଭାଗ ନେଉଥିବା ଖେଳାଳିଙ୍କୁ ସେ ‘ରିଅଲ ଲାଇଫ ହିରୋ’ ବୋଲି କହିଛନ୍ତି। ପାରାଲିମ୍ପିକ ଗେମ୍ସର ସମୟ ଆସିଛି ଏବଂ ଟୋକିଓ ଗେମ୍ସରେ ଅଂଶଗ୍ରହଣ କରୁଥିବା ଦେଶର ୫୪ କ୍ରୀଡ଼ାବିତ୍‌ଙ୍କୁ ସମର୍ଥନ କରିବାକୁ ମୁଁ ସମସ୍ତ ଭାରତୀୟଙ୍କୁ ନିବେଦନ କରୁଛି ବୋଲି ତେନ୍ଦୁଲକର ସୋମବାର ଏକ ବିବୃତ୍ତିରେ କହିଛନ୍ତି। ମାଷ୍ଟର ବ୍ଲାଷ୍ଟର କହିଛନ୍ତି ଯେ, ଏହି ଖେଳାଳିଙ୍କ ଯାତ୍ରା ଶିକ୍ଷା ଦିଏ ଯେ ଯଦି ଉତ୍ସାହ ଏବଂ ନିଷ୍ଠା ଅଛି ତେବେ ଜଣେ କିଛି ବି କରିପାରିବ। ମୁଁ ବିଶ୍ୱାସ କରେ ଯେ ଏମାନେ ଆମ ସମସ୍ତଙ୍କ ପାଇଁ ପ୍ରକୃତ ଜୀବନ ହିରୋ ଅଟନ୍ତି। ତାଙ୍କ ଜୀବନର ଯାତ୍ରା ଆମକୁ ଶିକ୍ଷା ଦିଏ ଯେ ମହିଳା ଏବଂ ପୁରୁଷମାନେ ସେମାନଙ୍କର ଉତ୍ସାହ, ପ୍ରତିବଦ୍ଧତା ଏବଂ ନିଷ୍ଠା ସହିତ କ’ଣ କରିପାରିବେ ଏବଂ ଆମ ସମସ୍ତଙ୍କ ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରିପାରିବେ ବୋଲି ସଚିନ କହିଛନ୍ତି।

Share