Categories: ଖେଳ

ଆଜିର ଦିନରେ ସଚିନ୍‌ ହୋଇଥିଲେ ‘କ୍ରିକେଟ୍‌ର ଭଗବାନ’

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପାଇଁ ଆଜି ଖାସ୍‌ ଦିନ। ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅର୍ଥାତ୍‌ ଜୁନ୍‌ ୨୯ରେ ଏକଦିବସୀୟ କ୍ରିକେଟରେ ୧୫ ହଜାର ରନ୍‌ ପୂରଣ କରି ଇତିହାସ ରଚିଥିଲେ ସଚିନ୍‌। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଏହି କୀର୍ତ୍ତିମାନ ହାସଲ କରିଥିଲେ। ବେଲଫାଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକଦିବସୀୟ ମ୍ୟାଚ୍‌ରେ ଭାରତର ଅଧିନାୟକ ରାହୁଲ ଦ୍ରାଭିଡ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୨୨୬ ରନ୍‌ କରିଥିଲା। ୨୨୭ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରି ଭାରତୀୟ ଓପନିଂ ଯୋଡି ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକର ୧୩୪ରନ୍‌ କରିଥିଲେ। ସଚିନ ପାଳିର ୧୮ତମ ଓଭରରେ ଆନ୍ଦ୍ରେ ନେଲ୍‌ଙ୍କ ବଲ୍‌ରେ ସିଙ୍ଗଲ୍‌ ନେଇ ୧୫ ହଜାର ରନ୍‌ ପୂରଣ କରିଥିଲେ। ସେବେଠୁ ତାଙ୍କୁ କ୍ରିକେଟ୍‌ର ଭଗବାନ ବୋଲି କୁହାଗଲା।ଏହି ମ୍ୟାଚ୍‌ରେ ସଚିନ ୯୩ ରନ୍‌ କରି ଆଉଟ୍‌ ହୋଇଥିଲେ।

Share