Posted inଜାତୀୟ

ରାଜସ୍ଥାନରେ ଫେଲ୍ ମାରିଲା କଂଗ୍ରେସ, ବଡ଼ ବ୍ୟବଧାନରେ ଜିତିଲେ ସଚ୍ଚିନ ପାଇଲଟ

ନୂଆଦିଲ୍ଲୀ,୩।୧୨: ରାଜସ୍ଥାନରେ ଦୟନୀୟ ପ୍ରଦର୍ଶନ କରି କ୍ଷମତାଚ୍ୟୁତ ହୋଇଛି କଂଗ୍ରେସ। ତେବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ଟଙ୍କ ବିଧାନସଭା ଆସନରୁ ତାଙ୍କର ନିକଟସ୍ଥ ପ୍ରତିଦ୍ୱନ୍ଦ୍ୱିଙ୍କୁ ୨୯ ହାଜର ୨୩୭ ଭୋଟରେ ପରାସ୍ତ କରିଛନ୍ତି। ଏହି ଆସନରେ ଭାଜପା ପ୍ରାର୍ଥୀ ଅଜିତ ସିଂହ ମେହଟ୍ଟାଙ୍କ ସହିତ ସଚ୍ଚିନ ପାଇଲଟଙ୍କର କଡା ଟକ୍କର ଦେଖିବାକୁ ମିଳିଥିଲା। ଟଙ୍କ ହେଉଛି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ବିଧାନସଭା କ୍ଷେତ୍ର। ଯାହା ସମସ୍ତଙ୍କ ନଜରର ମତଦାନ ସମୟରୁ ରହିଥିଲା।

ରାଜସ୍ଥାନରେ ବିଜେପି ସରକାର ଗଠନ ପାଇଁ ଭାଜପା ମ୍ୟାଜିକ ନମ୍ବର ଅତିକ୍ରମ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି “ରାଜସ୍ଥାନର ଲୋକମାନେ ଦେଇଥିବା ଜନାଦେଶକୁ ଆମେ ନମ୍ରତାର ସହ ଗ୍ରହଣ କରୁଛୁ। ଏହା ସମସ୍ତଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଫଳାଫଳ। ଏହି ପରାଜୟ ଦର୍ଶାଏ ଯେ ଆମର ଯୋଜନା, ନିୟମ ଏବଂ ନବସୃଜନକୁ ଜନସାଧାରଣଙ୍କ ନିକଟକୁ ନେବାରେ ଆମେ ସମ୍ପୂର୍ଣ୍ଣ ସଫଳ ହୋଇ ନାହୁଁ। ତେବେ ମୁଁ ନୂତନ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି।”


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଶିକ୍ଷା: ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୬ (ପି.ଟି.): ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଜାରି ହୋଇଥିବା ୨୦୨୩-୨୪ ପର୍ଫମିଂ ଗ୍ରେଡ୍‌ ଇଣ୍ଡେକ୍ସ (ପିଜିଆଇ) ଅନୁଯାୟୀ, ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଏବଂ...

ଆମେରିକାରେ ଲାରାଙ୍କ ନାଁରେ ଭିତ୍ତିହୀନ ଅଭିଯୋଗ

ଓ୍ବାଶିଂଟନ, ୧୯।୬: ଗ୍ଲୋବାଲ ପପ୍‌ ମ୍ୟୁଜିକ୍‌ ଗ୍ରୁପ୍‌ କେଟ୍ସଆଇ ସଦସ୍ୟା ତଥା ଭାରତୀୟ-ଆମେରିକୀୟ ଲାରା ରାଜଗୋପାଲନ୍‌ଙ୍କ ବିରୋଧରେ ୟୁଏସ୍‌ ଇମିଗ୍ରେଶନ୍‌ ଆଣ୍ଡ୍‌ କଷ୍ଟମ୍ସ ଏନ୍‌ଫୋର୍ସମେଣ୍ଟ (ଆଇସିଇ)ରେ...

ଏକସଙ୍ଗେ ପୋଲିସରେ ଭର୍ତ୍ତିହେଲେ ବାପପୁଅ

ଲକ୍ଷ୍ନୌ, ୧୯।୬: ଉତ୍ତର ପ୍ରଦେଶର ହାପୁର ଜିଲା ଉଦୟରାମପୁର ନଙ୍ଗଲା ଗ୍ରାମର ବାପପୁଅଙ୍କ ଯୋଡ଼ି ଏକସଙ୍ଗେ ରାଜ୍ୟ ପୋଲିସରେ କନ୍‌ଷ୍ଟେବଲ ଭାବେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର...

ଅପରେଶନ ସିନ୍ଧୁ: ଦିଲ୍ଲୀ ପହଞ୍ଚିଲେ ଇରାନରେ ଫସିଥିବା ୧୧୦ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୧୯।୬: ଇରାନରେ ଫସି ରହିଥିବା ୧୧୦ ଜଣ ଭାରତୀୟ ଛାତ୍ରୀଛାତ୍ର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କଶ୍ମୀରର।...

ନିର୍ବାଚନ ଆୟୋଗର ନୂଆ ବ୍ୟବସ୍ଥା: ମାତ୍ର ୧୫ ଦିନ ମଧ୍ୟରେ ପହଞ୍ଚାଇବ ଭୋଟର ପରିଚୟ

ନୂଆଦିଲ୍ଲୀ,୧୮।୬: ନିର୍ବାଚନ ଆୟୋଗ (ଇସି) ବୁଧବାର ଘୋଷଣା କରିଛନ୍ତି ଯେ ଏଣିକି ଭୋଟର ପରିଚୟ ପତ୍ର (ଇପିଆଇସି) ୧୫ ଦିନ ମଧ୍ୟରେ ଭୋଟରଙ୍କୁ ପହଞ୍ଚାଇ ଦିଆଯିବ,...

ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବଞ୍ଚି ଯାଇଥିଲେ ବିଶ୍ୱାସ, ଆଉ ଏକ ଆଶ୍ଚର୍ଯ୍ୟକର କାରଣ ଆସିଲା ସାମ୍ନାକୁ , ଭାଇଙ୍କୁ ବିଦାୟ ଦେଇ…

ନୂଆଦିଲ୍ଲୀ,୧୮।୬: ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଏକମାତ୍ର ବଞ୍ଚିଥିବା ବ୍ୟକ୍ତି ବିଶ୍ୱାସ କୁମାର ରମେଶଙ୍କୁ ଦୁର୍ଘଟଣାର ଗୋଟିଏ ସପ୍ତାହ ପରେ ସହରର ସିଭିଲ ହସ୍ପିଟାଲରୁ...

Video: ବିବାହ ପରେ ରାଜା ଏପରି କରିଥିଲେ… ସୋନମଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା, ପୁଣି ୧୨ ଦିନରେ ଏତେ ଘୃଣା କେଉଁଠୁ ଆସିଲା ?

ଇନ୍ଦୋର,୧୮।୬: ମେଘାଳୟ ପୋଲିସ ପ୍ରକାଶ କରିଛି ଯେ ଯେତେବେଳେ ଅଭିଯୁକ୍ତମାନେ ରାଜାଙ୍କ ଉପରେ ଆକ୍ରମଣ କରୁଥିଲେ, ସେତେବେଳେ ସୋନମ ତାଙ୍କ ସାମ୍ନାରେ ଛିଡ଼ା ହୋଇଥିଲେ। ଏହି...

୩୮ ଦିନ, ୧୩୪ କଲ…, ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ଆଉ ଏକ ଚରିତ୍ରର ଏଣ୍ଟ୍ରି, କ’ଣ ରହିଛି ସୋନମଙ୍କ ସହ କନେକ୍ସନ? ଜାଣନ୍ତୁ…

ଇନ୍ଦୋର,୧୮।୬: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏବେ ଏହି ମାମଲାରେ ଆଉ ଏକ ଚରିତ୍ର ପ୍ରବେଶ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri