Categories: ଜାତୀୟ

ହାଇକମାଣ୍ଡଙ୍କ ଚେତାବନି ପରେ ବି ଉଡାଣ ଭରିଲେ ’ପାଇଲଟ’, ନିଜ ସରକାରଙ୍କ ବିରୋଧରେ ବସିଲେ ଅନଶନରେ

ଜୟପୁର,୧୧।୪: ରାଜସ୍ଥାନ କଂଗ୍ରେସର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ନିଜ ସରକାରଙ୍କ ବିରୋଧରେ ଅନଶନରେ ବସିଛନ୍ତି। ଗତ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ସମୟରେ ହୋଇଥିବା ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳବାର ପାଇଲଟ ଦିନିକିଆ ଉପବାସରେ ବସିଛନ୍ତି। ସଚ୍ଚିନ ଜୟପୁରର ଶହୀଦ ସ୍ମାରକ ସାମ୍ନାନରେ ଅନଶନରେ ବସିଛନ୍ତି।

କଂଗ୍ରେସ ନେତା ସଚ୍ଚିନ ପାଇଲଟଙ୍କ ଏହି ଅନଶନ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ବୋଲି ଧରାଯାଉଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ପାଇଲଟ ଏକ ପ୍ରେସ କନଫରେନ୍ସ କରି କହିଥିଲେ, କି ସେ ମୁଖ୍ୟମନ୍ତ୍ରୀଙ୍କୁ ଗତ ଦୁଇ ବର୍ଷ ମଧ୍ୟରେ ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ କିଛି ଚିଠି ଲେଖି ସାରିଛନ୍ତି। ସେ କହିଛନ୍ତି କି ଭାଜପା ଶାସନ ସମୟରେ ଅନେକ ଘୋଟାଲା ହୋଇଛି, ଆଉ ଏହାକୁ ନେଇ ଆମର ସରକାର ଗଠନ ହୋଇଛି, ହେଲେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

Share