Categories: ଜାତୀୟ

କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରେ ନାହିଁ ପାଇଲଟଙ୍କ ନାଁ

ବେଙ୍ଗାଲୁରୁ,୧୯।୪: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜ୍ୟ ମୁଖ୍ୟ ଡି.କେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଜଗଦୀଶ ଶେଟ୍ଟାର, ଶଶି ଥରୁର ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ନାମ  ରହିଛି। ହେଲେ ରାଜସ୍ତାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ନାମ ଏହି ତାଲିକାରେ ନାହିଁ। ତେବେ ସଚିନ ପାଇଲଟଙ୍କ ନାଁ ନ ଥିବାରୁ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଗତ ବିଧାନସଭା ନିର୍ବାଚନରେ ପାଇଲଟଙ୍କୁ ଗାନ୍ଧୀ ପରିବାର ପରେ କଂଗ୍ରେସ ପ୍ରାର୍ଥୀମାନେ ଅଧିକ ପସନ୍ଦ କରିଥିଲେ। ନିକଟରେ  ଗେହଲଟ ସରକାରଙ୍କ ବିରୋଧରେ ସଚିନ ଅନଶନରେ ବସିଥିଲେ। ତେଣୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ଦୂରେଇ ରଖିଥିବା କୁହାଯାଉଛି।

Share