Categories: ଜାତୀୟ

ପାଇଲଟଙ୍କ ଅନଶନ ଶେଷ

ଜୟପୁର,୧୧।୪: ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟଙ୍କ ଅନଶନ ଶେଷ ହୋଇଛି। ସମର୍ଥକମାନେ ମିଠାଇ ଖୁଆଇ ପାଇଲଟଙ୍କ ଅନଶନ ଭାଙ୍ଗିଛନ୍ତି। ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ସଚ୍ଚିନ ପାଇଲଟ ମଙ୍ଗଳବାର ଜୟପୁରର ଶହୀଦ ସ୍ମାରକରେ ଅନଶନରେ ବସିଥିଲେ।

ସଚ୍ଚିନଙ୍କ ଅନଶନକୁ ନେଇ କଂଗ୍ରେସ ହାଇକମାଣ୍ଡଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ରାଷ୍ଟ୍ରୀୟ ପ୍ରବକ୍ତା ପଓ୍ବନ ଖେଡାବି କିଛି ନ କହିବା ମୁଡରେ ରହିଥିବା ନଜର ଆସିଛି। ସେ କହିଛନ୍ତି ଜୟରାମ ରମେଶ ଏହା ଉପରେ କିଛି କହିପାରନ୍ତି। ଶହୀଦ ସ୍ମାରକରେ ସଚ୍ଚିନ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଥିଲା। ଅନଶନ ସ୍ଥଳରେ ପାଇଲଟଙ୍କ ସମର୍ଥକ କହୁଥିଲେ ସଚ୍ଚିନ ତୁମେ ସଂଘର୍ଷ କର ଆମେ ତୁମ ସହ ଅଛୁ।
ସଚ୍ଚିନ ପାଇଲଟ ଅନଶନ ଶେଷ କରିଥିଲେ ମଧ୍ୟ ଭ୍ରଷ୍ଟାଚାର ବିରାଧରେ ତାଙ୍କର ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ସରକାରଙ୍କ ସମୟରେ ହୋଇଥିବା ଭ୍ରଷ୍ଟାଚାର ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ମଙ୍ଗଳବାର ପାଇଲଟ ଦିନିକିଆ ଉପବାସରେ ବସିଥିଲେ।

Share