Categories: ଜାତୀୟ

ସାରା ଅବଦୁଲ୍ଲାଙ୍କୁ ଛାଡ଼ପତ୍ର ଦେଇଛନ୍ତି ସଚିନ ପାଇଲଟ, ନିର୍ବାଚନ ପୂର୍ବରୁ ଆସିଲା ବଡ ଖବର

ନୂଆଦିଲ୍ଲୀ,୩୧/୧୦: କଂଗ୍ରେସ ନେତା ସଚିନ ପାଇଲଟ ସ୍ତ୍ରୀ ସାରା ଅବଦୁଲ୍ଲାଙ୍କୁ ଛାଡପତ୍ର ଦେଇଥିବା ଖବର ସାମ୍ନାକୁ ଆସିଛି। ବିଧାନସଭା ନିର୍ବାଚନ ପାଇଁ ସଚିନ ଦାଖଲ କରିଥିବା ନାମାଙ୍କନ ପତ୍ରରୁ ଏହି ଖବର ଜଣା ପଡିଛି। ସାରା ଅବଦୁଲ୍ଲା ଜାମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କ ଝିଅ ଅଟନ୍ତି। ଦୁହିଁଙ୍କ ବିବାହ ୨୦୦୪ ମସିହାରେ ହୋଇଥଲା।

୨୫ ନଭେମ୍ବରରେ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସୋମବାର (ଅକ୍ଟୋବର ୩୦ ତାରିଖ)ରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୩୧ ତାରିଖ ମଙ୍ଗଳବାର ବିଧାନସଭା ଆସନରୁ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ, ସେତେବେଳେ ସେ ଛାଡପତ୍ର ହୋଇଥିବା ଜଣାପଡିଥିଲା।

ସଚିନ ଏବଂ ସାରାଙ୍କ ଦୁଇ ପୁଅ ଅରନ ପାଇଲଟ ଏବଂ ବିହାନ ପାଇଲଟ। ଦୁହିଁଙ୍କୁ ସଚିନ ସ୍ୱାଧୀନ, ସେମାନେ ଚାହିଁଲେ ଉଭୟଙ୍କ ପାଖରେ ରହିପାରିବେ ବୋଲି ସେ କହିଛନ୍ତି। ୨୦୧୮ ନିର୍ବାଚନରେ ସଚିନ ସାରାଙ୍କ ସମ୍ପତ୍ତି ତାଲିକା ମଧ୍ୟ ଦର୍ଶାଇଥିଲେ, କିନ୍ତୁ ଚଳିତ ଥର ତାଙ୍କର ସମ୍ପତ୍ତି ବିଷୟରେ କୌଣସି ସୂଚନା ନାହିଁ।

Share