୨ ବର୍ଷ ପରେ ଫେରିଲେ ସବ୍ୟସାଚୀ

ଢେଙ୍କାନାଳ ଅଫିସ, ୨୫।୮ – ପ୍ରଶିକ୍ଷଣ ଦେବାକୁ ଯାଇ ଦକ୍ଷିଣ ଆଫ୍ରିକାରେ ଫସିଥିବା ଢେଙ୍କାନାଳ ସଦର ଥାନା ବେଲଟିକିରି ଗ୍ରାମର ରଞ୍ଜନ ନନ୍ଦଙ୍କ ଏକମାତ୍ର ପୁଅ ସବ୍ୟସାଚୀ ଦୀର୍ଘ ୨ବର୍ଷ ପରେ ମଙ୍ଗଳବାର ଅପରାହ୍ନରେ ଘରକୁ ଫେରିଛନ୍ତି। ଏହାକୁ ନେଇ ପରିବାରରେ ଖେଳିଯାଇଛି ଖୁସିର ଲହରି। ଅନ୍ୟପଟେ ବିଦେଶରେ ଥିବାବେଳେ ମା’ ଭକ୍ତିମଞ୍ଜରୀ ନନ୍ଦଙ୍କ ମୃତ୍ୟୁ ସବ୍ୟସାଚୀଙ୍କୁ ମ୍ରିୟମାଣ କରିଦେଇଛି।
ନିଜ ପ୍ରତିକ୍ରିୟାରେ ସବ୍ୟସାଚୀ କୁହନ୍ତି, ଦକ୍ଷିଣ ଆଫ୍ରିକାରେ ବିନା ଦୋଷରେ ବନ୍ଦୀ ଭଳି ଜୀବନ ବିତାଇବାକୁ ପଡୁଥିଲା। ଦେଶକୁ ଫେରିବା ପରେ ସ୍ବାଧୀନତା ମିଳିବା ଭଳି ଅନୁଭବ ହେଉଛି। କିନ୍ତୁ ଘରକୁ ଫେରିବା ବେଳକୁ ମା’ଙ୍କୁ ଦେଖି ନ ପାରିବ ଜୀବନର ବଡ଼ ଅବସୋସ ହୋଇ ଆଜୀବନ ରହିବ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି। ସବ୍ୟସାଚୀ ସୋମବାର ରାତି ୭ଟା ୨୦ରେ ବିମାନରେ ମୁମ୍ବାଇରେ ପହଞ୍ଚତ୍ଥିଲେ। ସେଠାରୁ ଅନ୍ୟ ଏକ ବିମାନରେ ଆସି ମଧ୍ୟାହ୍ନ ୧୨ଟା ୨୫ରେ ଭୁବନେଶ୍ୱରରେ ଓହ୍ଲାଇଥିଲେ। ବିମାନ ବନ୍ଦରରେ ଅପେକ୍ଷାରତ ବାପା ରଞ୍ଜନ ୨ ବର୍ଷ ପରେ ପୁଅକୁ ପାଖରେ ପାଇ ବିଭୋର ହୋଇଯାଇଥିଲେ। ‘ଧରିତ୍ରୀ’କୁ ପ୍ରତିକ୍ରିୟା ଦେଇ ରଞ୍ଜନ କହିଛନ୍ତି, ଦକ୍ଷିଣ ଆଫ୍ରିକାସ୍ଥିତ ଭାରତୀୟ ଦୂତାବାସର ହାଇକମିଶନରଙ୍କ ସହାୟତାରେ ଜୋହାନ୍ସବର୍ଗ ପୋଲିସ ପକ୍ଷରୁ ସବ୍ୟସାଚୀଙ୍କ ପାସ୍‌ପୋର୍ଟ ଏବଂ ଅନ୍ୟାନ୍ୟ କାଗଜପତ୍ର ମିଳିଥିଲା। ଏହାପରେ ପୁଅର ଫେରିବା ବାଟ ପରିଷ୍କାର ହୋଇଯାଇଥିଲା।
ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ ସବ୍ୟସାଚୀ ଦକ୍ଷିଣ ଆଫ୍ରିକାର ‘ଫାର୍ମା କଲଚର’ ସଂସ୍ଥାରେ ୩ମାସ ତାଲିମ ପ୍ରଦାନ ଲାଗି ଏକ ଆସାଇନ୍‌ମେଣ୍ଟ ପାଇ ଯାଇଥିଲେ। ୨୦୨୦ ଏପ୍ରିଲରେ ସେ ଫେରିବା କଥା। କିନ୍ତୁ କରୋନା ଲକ୍‌ଡାଉନ ଯୋଗୁ ଭାରତ ସରକାର ସମସ୍ତ ଅନ୍ତଃରାଷ୍ଟ୍ରୀୟ ବିମାନ ଚଳାଚଳ ଉପରେ ନିଷେଧାଦେଶ ଜାରି କରିଥିଲେ। ଏହାପରେ ସବ୍ୟସାଚୀ ଜୋହାନ୍ସବର୍ଗସ୍ଥିତ ଜଣେ ବ୍ୟକ୍ତିଙ୍କ ଘରେ ଭଡ଼ାରେ ରହୁଥିଲେ। ଇତିମଧ୍ୟରେ ତାଙ୍କ ଭିସା ବାତିଲ ହୋଇଯାଇଥିଲା। ୨୦୨୧ ଫେବୃୟାରୀରେ ତାଙ୍କ ସହ ଅଘଟଣ ଘଟିଲା। ସବ୍ୟସାଚୀ ଭଡ଼ାରେ ରହୁଥିବା ଘର ମାଲିକଙ୍କ ପୁଅକୁ କେତେଜଣ ଅଜଣା ବ୍ୟକ୍ତି ଗୁଳି କରି ହତ୍ୟା କରିଥିଲେ। ଏହାପରେ ପ୍ରତ୍ୟେକ୍ଷଦର୍ଶୀ ଭାବେ ପୋଲିସ ସବ୍ୟସାଚୀଙ୍କୁ ଅଟକ ରଖିବା ସହ ପାସ୍‌ପୋର୍ଟ ଜବତ କରି ନେଇଯାଇଥିଲା। କୌଣସି ସୂତ୍ରରୁ ସୂଚନା ପାଇ ବାପା ରଞ୍ଜନ ଜୋହାନ୍ସବର୍ଗରେ ସବ୍ୟସାଚୀ ରହୁଥିବା ଘର ମାଲିକ ଏବଂ ପୋଲିସକୁ ଯୋଗାଯୋଗ କରିଥିଲେ। ତେବେ ତଦନ୍ତ ଶେଷ ନ ହେବା ଯାଏ ସବ୍ୟସାଚୀଙ୍କୁ ଛଡ଼ାଯିବ ନାହିଁ ବୋଲି ପୋଲିସ ଜଣାଇଥିଲା। ଏହାପରେ ସେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଓ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସବ୍ୟସାଚୀ ଫେରିବା ପରେ ଗ୍ରାମରେ ଖୁସିର ଲହରି ଖେଳିଯାଇଛି। ଉଲ୍ଲେଖଯୋଗ୍ୟ, ରଞ୍ଜନ ଭୁବନେଶ୍ୱର ଏଜି ଅଫିସରେ କାର୍ଯ୍ୟରତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri