Categories: ଜାତୀୟ

ପଶ୍ଚିମବଙ୍ଗରେ ପୁଣି ଭାଜପାକୁ ବଡ଼ ଝଟ୍‌କା

କୋଲକତା,୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ପଶ୍ଚିମବଙ୍ଗ ଭାଜପାରର ରାଜ୍ୟ ସଚିବ ସବ୍ୟସାଚୀ ଦତ୍ତ ଗୁରୁବାର ତୃଣମୂଳ କଂଗ୍ରେସକୁ ଫେରିପାରନ୍ତି। କୋଲକାତାର ଏକ କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ଫିରହାଦ ହାକିମ ଏବଂ ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ ଯୋଗ ଦେଇଥିଲେ। ଏହାପୂର୍ବରୁ ଆଜି ଦତ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ସାବ୍ୟସାଚୀ ମମତା ବାନାର୍ଜୀଙ୍କ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ମୁଁ ଯାହା ହୋଇଛି ବା ଯାହା ପାଇଛି, ତାହା ମମତା ବାନାର୍ଜୀଙ୍କ କାରଣରୁ ହୋଇଛି। ବୁଝାମଣାରେ କିଛି ଅସୁବିଧା ହେବାରୁ ମୁଁ ଟିଏମସି ଛାଡିଥିଲି ବୋଲି ସେ କହିଛନ୍ତି। ଗତ କିଛି ସପ୍ତାହ ଧରି ଦତ୍ତଙ୍କ ଟିଏମସିକୁ ଫେରିବା ନେଇ କଳ୍ପନାଜଳ୍ପନା ଚାଲିଥିଲା।
୨୦୧୯ରେ, ଦୁର୍ଗା ପୂଜା ପୂର୍ବରୁ ସବ୍ୟସାଚୀ ଦତ୍ତ ତୃଣମୂଳ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଦତ୍ତ ପୁଣି ଥରେ ଦୁର୍ଗାପୂଜା ପୂର୍ବରୁ ଭାଜପା ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି।

Share