ପୁଣି ସାହାହେଲେ ସବ୍ୟସାଚୀ: ତାମିଲନାଡ଼ୁରେ ଫସିଥିବା ପରିବାରକୁ ଓଡ଼ିଶା ଆଣିଲେ

ଭୁବନେଶ୍ୱର,୨୪ା୬(ବ୍ୟୁରୋ)- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସହ ସେମାନଙ୍କର ଅଟକି ଯାଇଥିବା ରଥ ମଧ୍ୟ ଗଡ଼ିଥିଲା। ନିଜ ଜନ୍ମମାଟିକୁ ଫେରିଆସିବା ଜାଣି ୩ ମାସରୁ ଦୀର୍ଘଦିନ ଧରି ଦୁର୍ବଃସହ ହୋଇପଡ଼ିଥିବା ଜୀବନ ଏବଂ ମନକୁ ଶାନ୍ତି ଏବଂ ଆଶ୍ୱସ୍ତି ମିଳିଥିଲା। ଲକ୍‌ଡାଉନ୍‌ ଯୋଗୁ ତାମିଲନାଡ଼ୁରେ ଫସିରହିଥିବା ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଅନିରୁଦ୍ଧ ମଲ୍ଲିକ ଓ ତାଙ୍କ ପରିବାରକୁ ଏଭଳି ସହଯୋଗର ହାତ ବଢାଇ ତାଙ୍କପାଇଁ ଦେବଦୂତ ସାଜିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। କିଛିଦିନ ତଳେ ସବ୍ୟସାଚୀ ତାମିଲନାଡ଼ୁରେ ଫସିଥିବା ଆଉଏକ ଦମ୍ପତିଙ୍କୁ ନିଜ ଘରକୁ ଫେରାଇ ଆଣିଥିଲେ। ଏବେ ପୁଣିଥରେ ଏକ ପରିବାରକୁ ସହଯୋଗର ହାତ ବଢାଇ ଏହି ଅଭିନେତା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।
ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଅନିରୁଦ୍ଧ, ତାଙ୍କ ପତ୍ନୀ ଏବଂ ତାଙ୍କ ଝିଅ ଓଡ଼ିଶା ଫେରିବାକୁ ଅନୁରୋଧ କରିଥିଲେ। ‘ଆମର ଏଠାରେ ଖାଇବା, ପିଇବା ଓ ରହିବାରେ ହବୁ ଅସୁବିଧା ହେଉଛି। ଆମେ ଓଡ଼ିଶା ଯିବାକୁ ଚାହୁଁଛୁ।’ ବୋଲି ମହିଳାଜଣକ ଏହି ପୋଷ୍ଟ ମାଧ୍ୟମରେ କହିଥିଲେ। ଏ ସମ୍ପର୍କରେ ଜାଣିବା ପରେ ସବ୍ୟସାଚୀ ତୁରନ୍ତ ତାଙ୍କୁ ଯୋଗାଯୋଗ କରିଥିଲେ। ପାଖରେ ଅର୍ଥ ନଥିବାରୁ ବସ୍‌ ଭଡ଼ା ଦେଇ ଆସିବା ଅନିରୁଦ୍ଧଙ୍କ ପକ୍ଷେ ସମ୍ଭବ ନଥିଲା। ଏହା ଜାଣିବା ପରେ ସବ୍ୟସାଚୀ ସେହିଦିନ ସଙ୍ଗେ ସଙ୍ଗେ ବସ୍‌ର ବ୍ୟବସ୍ଥା କରିଥିଲେ। ରଥଯାତ୍ରା ଦିନ ଅର୍ଥାତ୍‌ ମଙ୍ଗଳବାର ସକାଳେ ସେମାନେ ବସ୍‌ରେ ବସି ଓଡ଼ିଶା ଅଭିମୁଖେ ବାହାରିଥିଲେ। ତାଙ୍କସହ ଉକ୍ତ ଅଞ୍ଚଳରେ ଫସିଥିବା ଅନ୍ୟ ଓଡ଼ିଆମାନେ ମଧ୍ୟ ଏହି ବସ୍‌ରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri