ପଦ୍ମପୁରରେ ସାବିତ୍ରୀ ବାଗ୍‌ ପୌରାଧ୍ୟକ୍ଷା

ବରଗଡ଼ ଅଫିସ,୨୬।୩: ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିରେ ବିଜେଡିର ସାବିତ୍ରୀ ବାଗ ପୌରାଧ୍ୟକ୍ଷ ନିର୍ବାଚିତ ହୋଇଛିନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ରଞ୍ଜୁ ସେଠୀଙ୍କୁ ୬୬୨ ଖଣ୍ଡ ଭୋଟରେ ହରାଇଛନ୍ତି। ସାବିତ୍ରୀଙ୍କୁ ୪୭୩୭ ଭୋଟ ମିଳିଥିବାବେଳେ ରଞ୍ଜୁଙ୍କୁ ୪୦୭୫ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ନିରୁପମା ସେଠ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ମଧ୍ୟ ପଛରେ ରହିଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ୧୬୦ ଭୋଟ ମିଳିଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଉପମା ଗୁର୍ଲା ୧୯୩ ଖଣ୍ଡ ଭୋଟ ପାଇଛନ୍ତି।