Categories: ଖେଳ

‘ଦ୍ରାବିଡ ଜାଣିଛନ୍ତି ଯେ ତାଙ୍କର ହନିମୁନ୍‌ ଅବଧି ଶେଷ ହୋଇଛି’

ନୂଆଦିଲ୍ଲୀ,୧୦।୯: ଏସିଆ କପ୍‌ ୨୦୨୨ ଟୁର୍ନାମେଣ୍ଟରୁ ଭାରତର ଯାତ୍ରା ଶେଷ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ସୁପର-୪ ପର୍ଯ୍ୟାୟରେ ପ୍ରଥମେ ପାକିସ୍ତାନ ଓ ପରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଥିଲା। ଏହାକୁ ନେଇ ପୂର୍ବ ଚୟନକର୍ତ୍ତା ସବା କରିମ ଦଳର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ଼ଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ଦ୍ରାବିଡ଼ ଜାଣିଛନ୍ତି ଯେ ତାଙ୍କର ହନିମୁନ ଅବଧି ଶେଷ ହୋଇଛି। ତାଙ୍କୁ ଆଗକୁ ହେବାକୁ ଥିବା ଟୁର୍ନାମେଣ୍ଟରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସବା କରିମ କହିଛନ୍ତି, ଟି୨୦ ବିଶ୍ୱକପ୍‌ ଏବଂ ଦିନିକିଆ ବିଶ୍ୱକପ୍‌ ଭାରତୀୟ ମୁଖ୍ୟ କୋଚ୍‌ ଲାଗି ପ୍ରମୁଖ ଟୁର୍ନାମେଣ୍ଟ ହୋଇଥାଏ। ଏଥିରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏସିଆ କପ୍‌ରେ ନିରାଶାଜନକ ପ୍ରଦର୍ଶନ ପରେ ଦ୍ରାବିଡ ବି ଜାଣିଲେଣି ତାଙ୍କର ହନିମୁନ୍‌ ସମୟ ଶେଷ ହୋଇଗଲାଣି। ସେ ଆଲକେମିଷ୍ଟ ହେବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ବର୍ତ୍ତମାନ ଯାଏ ଏହାର ସକରାତ୍ମକ ଫଳାଫଳ ଦେଖିବାକୁ ମିଳିନାହିଁ। ଦ୍ରାବିଡଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ସେ କହିଛନ୍ତି।

Share