Categories: ଜାତୀୟ

‘ଭାଜପାର ମୁସଲମାନ ପ୍ରେମ ପୁତନା ମାଉସୀ ପରି’, ସାମନାରେ ରାଜନୈତିକ ଯୁଦ୍ଧ

ମୁମ୍ବାଇ,୧୨।୪: ଉଦ୍ଧବ ଠାକରେଙ୍କ ଶିବସେନାର ମୁଖପତ୍ର ସାମନାର ସମ୍ପାଦକୀୟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ‘ନବକବ୍ବାଲ’ କୁହାଯାଇ ଟାର୍ଗେଟ କରାଯାଇଛି। ଏହି ନାମର ଟାଇଟଲ ସାହାଯ୍ୟରେ ବିଶ୍ୱର ସର୍ବବୃହତ୍ତ ରାଜନୈତିକ ଦଳ ଭାଜପାକୁ ଶୁଫିଆନା ଷ୍ଟାଇଲେ ଅପମାନିତ କରାଯାଇଛି। ସମ୍ପାଦକୀୟରେ ଭାଜପାକୁ କପଟି, ଜିମିକ ଓ ସ୍ବାର୍ଥପର ପ୍ରମାଣପତ୍ର ଦିଆଯାଇଛି। ଏହା ବ୍ୟତୀତ ମୁସଲମାନଙ୍କ ସହ ଭାଜପାର ଆଚରଣକୁ ମଧ୍ୟ ସମାଲୋଚନା କରାଯାଇଛି। ଏଥିରେ ଲେଖାଯାଇଛି କି ଭାଜପାର ମୁସଲମାନ ପ୍ରେମ ବାସ୍ତବ ନ ହୋଇ ବରଂ ଏହା ପୁତନା ମାଉସୀଙ୍କ ଭଳି ହେଉ।

ସାମନାରେ ଲେଖାଯାଇଛିି କି ଭାଜପା ଭଳି କପଟି ଓ ଛଳନା ବାଲା ପାର୍ଟି ଦେଶରେ ଆଉ କୌଣସି ଦ୍ୱିତୀୟ ରାଜନୈତିକ ଦଳ ନାହିଁ। ରାଜନୈତିକ ସ୍ବାର୍ଥ ପାଇଁ ଏହା କେତେବେଳେ, କ’ଣ କରିବେ ଏହାର କୌଣସି ଭରସା ନାହିଁ। ଗୋଟିଏ ପଟେ ହିନ୍ଦୁତ୍ୱ ନାମରେ ମୁସଲମାନ ସମ୍ପ୍ରଦାୟ ଉପରେ ଆକ୍ରମଣ କରନ୍ତି ତ ନିର୍ବାଚନ ସମୟ ଆସିଗଲେ ଭାଜପା ମୁସଲମାନଙ୍କୁ ଗେଲ କରି ସେକ୍ୟୁଲାର ବାଦର ବୁର୍ଖା ପିନ୍ଧି ଦିଅନ୍ତି। ଆଜିବି କୁହାଯାଉଛି କି ଭାଜପା ଲୋକେ ମୁସଲମାନ ଭୋଟରଙ୍କ ପାଇଁ ’ସୁଫି ସମ୍ବାଦ’ ସ୍ଥାପିତ କରିବେ।

Share