୮ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଲେ ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ,୧୪ା୫: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦ୍ୱିତୀୟ ଇୟୁ ଇଣ୍ଡୋ-ପାସିଫିକ୍‌ ମିନିଷ୍ଟ୍ରିଆଲ ଫୋରମ୍‌ (EIPMF)ରେ ଅଂଶଗ୍ରହଣ କରିବାକୁ ସ୍ବିଡେନରେ ପହଞ୍ଚିଛନ୍ତି। ସେ ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍‌ଜିୟମ, ବୁଲ୍‌ଗେରିଆ, ସାଇପ୍ରସ୍‌, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଇଣ୍ଡୋ-ପାସିଫିକ୍‌ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ସମେତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ଏନେଇ ଏସ୍‌. ଜୟଶଙ୍କର ଟୁଇଟ୍‌ କରି କହିଛନ୍ତି, ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ କ୍ୟାଥରିନ କୋଲୋନାଙ୍କୁ ଭେଟିବା ଅତ୍ୟନ୍ତ ଆନନ୍ଦଦାୟକ। ଏଥି ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୧୪ ଜୁଲାଇରେ ବଷ୍ଟିଲ ଡେ’ ପରେଡରେ ଯୋଗଦେବେ।

Share