Categories: ଜାତୀୟ

ଏସ ଜୟଶଙ୍କର-ବିଲାୱାଲ ଭୁଟ୍ଟୋଙ୍କ ମଧ୍ୟରେ କୌଣସି ବୈଠକ ହେବାର ସମ୍ଭାବନା ନାହିଁ…

ନୂଆଦିଲ୍ଲୀ,୨୬।୪: ଭାରତ ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ବିଲାୱାଲ ଭୁଟ୍ଟୋ ଜରଦାରୀଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହେବାର ସମ୍ଭାବନା ନାହିଁ। ଏନେଇ ବୁଧବାର ଏକ ସୂତ୍ରରୁ ଏହା ଜଣାପଡିଛି। ଦୁଇ ଦିନ ପୂର୍ବେ ପାନାମାର ବର୍ହିବ୍ୟାପାର ମନ୍ତ୍ରୀ ଜନେନା ତଓ୍ବୋନେ ମେନକୋମୋ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାଷଣ ଦେଇଥିବା ବେଳେ ଏସ ଜୟଶଙ୍କର ପରୋକ୍ଷରେ ପାକିସ୍ତାନକୁ ସମାଲୋଚନା କରିଥିଲେ। ଏସସିଓ ବୈଠକରେ ଯୋଗଦେବା ପାଇଁ ବିଲାୱାଲ ଭୁଟ୍ଟୋ ଆସନ୍ତା ମାସରେ ଭାରତ ଆସିବେ।

ଏସ ଜୟଶଙ୍କର କହିଛନ୍ତି, ଆମ ବିରୋଧରେ ସୀମା ଆତଙ୍କବାଦକୁ ପ୍ରଶିକ୍ଷଣ ଦେଉଥିବା ଜଣେ ପଡ଼ୋଶୀ ସହ ଜଡିତ ହେବା ଆମ ପାଇଁ ବହୁତ କଷ୍ଟସାଧ୍ୟ। ଗତ ସପ୍ତାହରେ ପୁଞ୍ଚ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ପାଞ୍ଚ ଜଣ ଭାରତୀୟ ସୈନିକ ଶହିଦ ହୋଇଥିଲେ।

ପାକିସ୍ତାନ କହିଛି , ବିଲାୱାଲ ଭୁଟ୍ଟୋ ଆସନ୍ତା ୪ ଓ ୫ ତାରିଖ ଦିନ ଗୋଆରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଯୋଗଦେବେ, ଯାହା ଦେଶର ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ।

Share