Posted inଖେଳ

ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ, ଶରୀରରେ ଟାଟୁ ଥିଲେ ମିଳିବ ଟିମ୍‌ ଇଣ୍ଡିଆରେ ସ୍ଥାନ; ଏ କ’ଣ କହିଲେ…

ନୂଆଦିଲ୍ଲୀ,୨୧।୭: ଟିମ୍‌ ଇଣ୍ଡିଆ ଜୁଲାଇ ୨୨ରେ ଶ୍ରୀଲଙ୍କା ଗସ୍ତରେ ଯିବ। ଏହି ଗସ୍ତରେ ଉଭୟ ଟିମ୍‌ ମଧ୍ୟରେ ୩ ଟି୨୦ ଏବଂ ସମାନ ଦିନିକିଆ ମ୍ୟାଚ୍‌ ଖେଳାଯିବ। ନୂଆ କୋଚ୍‌ ଭାବେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟ ଆରମ୍ଭ ହେବ। ନିକଟରେ ଏହି ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ କିଛି ଖେଳାଳିଙ୍କୁ ବାଦ୍‌ ଦିଆଯିବା ନେଇ ବିବାଦ ଦେଖାଦେଇଛି।

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁବ୍ରମଣ୍ୟମ ବଦ୍ରିନାଥ ଶ୍ରୀଲଙ୍କା ଗସ୍ତ ଲାଗି ଚୟନ ହୋଇଥିବା ଟିମ୍‌କୁ ନେଇ ଚମକାଇବା ଭଳି ବୟାନ ଦେଇଛନ୍ତି। ଟିମ୍‌ରେ ଅଭିଷେକ ଶର୍ମା ଏବଂ ଋତୁରାଜ ଗାୟକଓ୍ବାଡ ଦଳରେ ସ୍ଥାନ ମିଳିନାହିଁ। ସେହିଭଳି ରିଙ୍କୁ ଶର୍ମା ଟି୨୦ ଟିମ୍‌ରୁ ବାଦ ପଡ଼ିଛନ୍ତି। ଏହାକୁ ନେଇ ଏସ୍‌ ବଦ୍ରିନାଥ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏକ ୟୁଟ୍ୟୁବ ଚ୍ୟାନେଲ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ଯେତେବେଳେ ରିଙ୍କୁ, ଋତୁରାଜ ଏବଂ ବାକି ଖେଳାଳିଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇ ନ ଥାଏ ତେବେ ଲାଗେ ଯେ ସେମାନଙ୍କୁ ‘ବ୍ୟାଡ୍‌ ବଏ’ ଛବିର ଆବଶ୍ୟକତା ରହିଛି। ଚୟନ ହେବାକୁ ଚାହୁଁଥିଲେ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ଜରୁରୀ। ଏହାଛଡ଼ା ଭଲ ମିଡିଆ ମ୍ୟାନେଜର ସହ ଶରୀରରେ ଟାଟୁର ଆବଶ୍ୟକତା ରହିଛି ବୋଲି ମନେ ହୁଏ ବୋଲି ସେ କହିଛନ୍ତି। ତାଙ୍କର ଏହି ବୟାନ ବେଶ ଭାଇରାଲ ହେଉଛି।

ଋତୁରାଜ ଏଯାବତ ଟିମ୍‌ ଇଣ୍ଡିଆ ଲାଗି ୨୩ ମୁକାବିଲା ଖେଳିଛନ୍ତି। ଏଥିରେ ସେ ୬୩୩ ରନ୍‌ କରିଛନ୍ତି। ସେଥିରେ ୪ ଅର୍ଦ୍ଧଶତକ ଏବଂ ୧ ଶତକ ରହିଛି। ନିକଟରେ ସେ ଜିମ୍ବାଓ୍ବେ ସିରିଜରେ ୪ ମ୍ୟାଚ୍‌ର ୩ ଇନିଂସରେ ୧୩୩ ରନ୍‌ କରିଥିଲେ। ଏଭଳି ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦଳ ଶ୍ରୀଲଙ୍କା ସିରିଜ ଲାଗି ଚୟନ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ମିଳୁନି ପାଣି, ନିଆଁ ଜାଳି କଲେ ରାସ୍ତାରୋକୋ

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗାଁରେ ଦୀର୍ଘଦିନ ହେଲା ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟଜଳ…

୧୩ ଫେବୃଆରୀରୁ ରାଜ୍‌ କରିବେ ଏହି ୩ ରାଶି, ଗତି ପରିବର୍ତ୍ତନ କରିବେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ

ନଅଟି ଗ୍ରହ ମଧ୍ୟରେ ସୂର୍ଯ୍ୟ ପ୍ରଥମ ସ୍ଥାନ ଅଧିକାର କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଗ୍ରହମାନଙ୍କର ରାଜା ମଧ୍ୟ ବିବେଚନା କରାଯାଏ। ଏହା ବ୍ୟତୀତ ସୂର୍ଯ୍ୟ…

ପୋଡ଼ାମାରି ବନବିଭାଗର ରାତିଅଧିଆ ଚଢାଉ, ବିପୁଳ ପରିଣାମର…

ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ ରେଞ୍ଜର ରୂପକ କୁମାର ପ୍ରଧାନ ସଦଳବଳେ ରେଡ୍ କରି ବିପୁଳ…

ସରକାରଙ୍କୁ ଅଲ୍ଟିମେଟମ୍‌ ଦେଲେ ଶଙ୍କରାଚାର୍ଯ୍ୟ: ୪୦ ଦିନ ଭିତରେ ଏ କାମ ନ କଲେ ଘଟିବ…

ଲକ୍ଷ୍ନୌ,୩୦।୧:ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ବତୀ ପ୍ରୟାଗରାଜ ମାଘ ମେଳାରେ ପ୍ରଶାସନ ସହିତ ବିବାଦ ସମ୍ପର୍କରେ ଯୋଗୀ ସରକାର ଏବଂ ପ୍ରଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ କହିଥିଲେ,…

ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା, ମନ୍ତ୍ରୀ କହିଲେ ଦୀପାଳିଙ୍କ ମନ୍ତବ୍ୟ ଦେଖି…

ଭୁବନେଶ୍ୱର,୩୦ା୧: ବହୁ ଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ। ନବଙ୍କ ଝିଅ ଦୀପାଳି ଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ସିଡିପିଓଙ୍କ କାର୍ଯ୍ୟାଳୟ ଆଗରେ ଔଷଧ ପୋଡ଼ି, ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ

ମହାକାଳପଡ଼ା, ୩୦ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗ୍ରାମାଞ୍ଚଳରେ ବସବାସ କରୁଥିବା କିଶୋରୀ ବାଳିକାମାନଙ୍କର ଶାରୀରିକ, ମାନସିକ, ସ୍ବାସ୍ଥ୍ୟ ଅଭିବୃଦ୍ଧି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ…

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri