Posted inଖେଳ

ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କ, ଶରୀରରେ ଟାଟୁ ଥିଲେ ମିଳିବ ଟିମ୍‌ ଇଣ୍ଡିଆରେ ସ୍ଥାନ; ଏ କ’ଣ କହିଲେ…

ନୂଆଦିଲ୍ଲୀ,୨୧।୭: ଟିମ୍‌ ଇଣ୍ଡିଆ ଜୁଲାଇ ୨୨ରେ ଶ୍ରୀଲଙ୍କା ଗସ୍ତରେ ଯିବ। ଏହି ଗସ୍ତରେ ଉଭୟ ଟିମ୍‌ ମଧ୍ୟରେ ୩ ଟି୨୦ ଏବଂ ସମାନ ଦିନିକିଆ ମ୍ୟାଚ୍‌ ଖେଳାଯିବ। ନୂଆ କୋଚ୍‌ ଭାବେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟ ଆରମ୍ଭ ହେବ। ନିକଟରେ ଏହି ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ କିଛି ଖେଳାଳିଙ୍କୁ ବାଦ୍‌ ଦିଆଯିବା ନେଇ ବିବାଦ ଦେଖାଦେଇଛି।

ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁବ୍ରମଣ୍ୟମ ବଦ୍ରିନାଥ ଶ୍ରୀଲଙ୍କା ଗସ୍ତ ଲାଗି ଚୟନ ହୋଇଥିବା ଟିମ୍‌କୁ ନେଇ ଚମକାଇବା ଭଳି ବୟାନ ଦେଇଛନ୍ତି। ଟିମ୍‌ରେ ଅଭିଷେକ ଶର୍ମା ଏବଂ ଋତୁରାଜ ଗାୟକଓ୍ବାଡ ଦଳରେ ସ୍ଥାନ ମିଳିନାହିଁ। ସେହିଭଳି ରିଙ୍କୁ ଶର୍ମା ଟି୨୦ ଟିମ୍‌ରୁ ବାଦ ପଡ଼ିଛନ୍ତି। ଏହାକୁ ନେଇ ଏସ୍‌ ବଦ୍ରିନାଥ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏକ ୟୁଟ୍ୟୁବ ଚ୍ୟାନେଲ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ଯେତେବେଳେ ରିଙ୍କୁ, ଋତୁରାଜ ଏବଂ ବାକି ଖେଳାଳିଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇ ନ ଥାଏ ତେବେ ଲାଗେ ଯେ ସେମାନଙ୍କୁ ‘ବ୍ୟାଡ୍‌ ବଏ’ ଛବିର ଆବଶ୍ୟକତା ରହିଛି। ଚୟନ ହେବାକୁ ଚାହୁଁଥିଲେ ବଲିଉଡ୍‌ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ଜରୁରୀ। ଏହାଛଡ଼ା ଭଲ ମିଡିଆ ମ୍ୟାନେଜର ସହ ଶରୀରରେ ଟାଟୁର ଆବଶ୍ୟକତା ରହିଛି ବୋଲି ମନେ ହୁଏ ବୋଲି ସେ କହିଛନ୍ତି। ତାଙ୍କର ଏହି ବୟାନ ବେଶ ଭାଇରାଲ ହେଉଛି।

ଋତୁରାଜ ଏଯାବତ ଟିମ୍‌ ଇଣ୍ଡିଆ ଲାଗି ୨୩ ମୁକାବିଲା ଖେଳିଛନ୍ତି। ଏଥିରେ ସେ ୬୩୩ ରନ୍‌ କରିଛନ୍ତି। ସେଥିରେ ୪ ଅର୍ଦ୍ଧଶତକ ଏବଂ ୧ ଶତକ ରହିଛି। ନିକଟରେ ସେ ଜିମ୍ବାଓ୍ବେ ସିରିଜରେ ୪ ମ୍ୟାଚ୍‌ର ୩ ଇନିଂସରେ ୧୩୩ ରନ୍‌ କରିଥିଲେ। ଏଭଳି ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଦଳ ଶ୍ରୀଲଙ୍କା ସିରିଜ ଲାଗି ଚୟନ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହାଇଡ୍ରାମା: ରଜତ ପାଟିଦାରଙ୍କ ଆଉଟ୍‌କୁ ନେଇ ଅମ୍ପାୟାରଙ୍କ ସହ କୋହଲିଙ୍କ ଝଗଡ଼ା

ଅହମ୍ମଦାବାଦ,୩୦।୪: ଆଇପିଏଲ ୨୦୨୬ରେ ପୁଣି ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB)ର ଅଧିନାୟକ ରଜତ ପାଟିଦାରଙ୍କ…

ଭୀଷଣ ବର୍ଷା, ବେଙ୍ଗାଲୁରୁ ସହର ଜଳାର୍ଣ୍ଣବ

ବେଙ୍ଗାଲୁରୁ,୩୦ା୪: ବେଙ୍ଗାଲୁରୁରେ ଅଚାନକ ଭାବେ ଆରମ୍ଭ ହୋଇଥିବା ବର୍ଷା ପରବର୍ତ୍ତୀ ସମୟରେ ଭୀଷଣ ରୂପ ନେବାରୁ ସାରା ସହର ଜଳାର୍ଣ୍ଣବ ହୋଇପଡ଼ିଛି। ସହରର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ…

ପୁଅକୁ ଦୋକାନରେ ବସାଇ ଜଳଖିଆ ଖାଇବାକୁ ଯାଇଥିଲେ ବାପା, ଆସିଲା ବେଳକୁ…

ଅତାବିରା,୩୦।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ମୁଖ୍ୟ ବଜାର ସମ୍ମୁଖ ଏକ ପାନ ଦେକାନ ଫ୍ରିଜରେ ଲାଗିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୁରୁବାର ସନ୍ଧ୍ୟାରେ…

ଏକ୍‌ଜିଟ୍‌ ପୋଲ୍‌କୁ ନେଇ ମମତାଙ୍କ ବଡ଼ ବୟାନ

କୋଲକାତା,୩୦ା୪: ପଶ୍ଚିମବଙ୍ଗରେ ଏଥର ଭାଜପା ଏବଂ ଟିଏମ୍‌ସି ମଧ୍ୟରେ କଡ଼ା ଟକ୍କର ହେବ ବୋଲି କେତେକ ପୋଲ୍‌ ଏଜେନ୍ସି ଆକଳନ କରିଥିଲାବେଳେ ଭାଜପା ସର୍ବାଧିକ ଆସନ ପାଇ…

TMCର ବଡ଼ ଅଭିଯୋଗ, ‘ବାଲଟ ବକ୍ସ ଖୋଲିବାକୁ ଚେଷ୍ଟା’, ଆସିଲା ସିସିଟିଭି ଫୁଟେଜ!

କୋଳକାତା,୩୦।୪: ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ପୁଣିଥରେ ରାଜନୀତି ଉଷ୍ମ ହୋଇଛି। ନେତାଜୀ ଇଣ୍ଡୋର ଷ୍ଟାଡିୟମ ବାହାରେ ଥିବା ଷ୍ଟ୍ରଙ୍ଗ ରୁମ ସମ୍ମୁଖରେ ଟିଏମସି ନେତା ଶଶି…

୪,୪,୪,୪,୪… ଗୋଟିଏ ଓଭରରେ କ୍ରମାଗତ ୫ଟି ଚୌକା ମାରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି, ଏହି ସ୍ବତନ୍ତ୍ର ତାଲିକାରେ ସ୍ଥାନ ପାଇଲେ

ନୂଆଦିଲ୍ଲୀ,୩୦।୪: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚରେ ବିରାଟ କୋହଲି ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କାଗିସୋ ରାବାଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ଗୋଟିଏ ଓଭରରେ ସେ…

କୋକସରା ଅଞ୍ଚଳରେ ପୁଣି ମୃଦୁ ଭୂମିକମ୍ପ, ଆତଙ୍କିତ ହୋଇ…

କୋକସରା,୩୦।୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଗୁରୁବାର ସା ୭.ଟା ୨୦.ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା…

ନିର୍ବାଚନ ଫଳାଫଳ ପୂର୍ବରୁ ବଡ଼ ବୟାନ ଦେଲେ ସଞ୍ଜୟ

ନୂଆଦିଲ୍ଲୀ,୩୦।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଅଧିକ ରହିଛି। ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରକାଶିତ ଅଧିକାଂଶ ଏକଜିଟ ପୋଲରେ ଭାଜପା ଆଗୁଆ ରହିବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri