Categories: ଜାତୀୟ

କଟକଣା ସତ୍ତ୍ୱେ ମିଳିବ ଏସ୍‌-୪୦୦

ନୂଆଦିଲ୍ଲୀ, ୨୨।୧୨: ଆମେରିକାର କଟକଣା ଭୟ ସତ୍ତ୍ୱେ ଭାରତକୁ ଏସ୍‌-୪୦୦ ମିସାଇଲ ସିଷ୍ଟମ ଯୋଗାଣ ସହ ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ଅନ୍ୟ ପ୍ରତିରକ୍ଷା ଚୁକ୍ତିନାମା କାର୍ଯ୍ୟକାରୀ ହେବ ବୋଲି ରୁଷିଆ ସୋମବାର କହିଛି। ତୁର୍କୀକୁ ଏସ୍‌-୪୦୦ ମିସାଇଲ ସିଷ୍ଟମ ଯୋଗାଣରେ ଆମେରିକା କଟକଣା ପ୍ରତିବନ୍ଧକ ସାଜିଥିବାରୁ ଏହାର ରାଷ୍ଟ୍ରଦୂତ ନିକୋଲେ କୁଡାଶେଭ୍‌ ସମାଲୋଚନା କରିଥିଲେ। ଜାତିସଂଘ ସୁରକ୍ଷା ପରିଷଦ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ଦ୍ୱାରା ଏପରି ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ମସ୍କୋ ସ୍ବୀକୃତି ଦିଏନାହିଁ ବୋଲି ସେ କହିଥିଲେ।

Share