Categories: ଜାତୀୟ

କାହିଁକି ହରିୟାଣା ଗୃହମନ୍ତ୍ରୀଙ୍କ ଟୁଇଟ୍‌କୁ ଡିଲିଟ୍‌ କଲା ଟୁଇଟର

ନୂଆଦିଲ୍ଲୀ, ୧୫।୨ : ଟୁଲକିଟ୍‌ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କ ଉପରେ ସୋମବାର ଟୁଇଟ୍‌ କରିଥିଲେ ହରିୟାଣା ଗୃହମନ୍ତ୍ରୀ ଅନିଲ ଭିଜ। ଉକ୍ତ ଟୁଇଟ୍‌ରେ ଉଲ୍ଲେଖ ଥିଲା, ଦେଶ ବିରୋଧୀ ମଞ୍ଜିକୁ ସମୂଳେ ନାଶ କରାଯିବା ଉଚିତ। ସେ ଦିଶା ରବି ହୁଅନ୍ତୁ କି ଆଉ କିଏ। ଏହାର କିଛି ଘଣ୍ଟା ପରେ ଟୁଇଟ୍‌କୁ ଟୁଇଟର ଇଣ୍ଡିଆ ପକ୍ଷରୁ ଡିଲିଟ୍‌ କରିଦିଆଯାଇଥିଲା। ଆଉ ହରିୟାଣା ମନ୍ତ୍ରୀଙ୍କୁ ଟୁଇଟର ପକ୍ଷରୁ ଜାରି କରାଯାଇଛି ନୋଟିସ।

ଉକ୍ତ ନୋଟିସରେ ଉଲ୍ଲେଖ ଥିଲା, ଜର୍ମାନୀର ଜଣେ ୟୁଜରଙ୍କ ଅଭିଯୋଗ କ୍ରମେ ଟୁଇଟ୍‌କୁ ଡିଲିଟ୍‌ କରାଯାଇଛି। ଜର୍ମାନୀର ନେଟ୍‌ଓ୍ବର୍କ ଏନଫୋର୍ସମେଣ୍ଟ ଆକ୍ଟ ଅଧୀନରେ ଉକ୍ତ ଅଭିଯୋଗ କରାଯାଇଥିଲା, ଏହା ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଅଳ୍ପ ସମୟ ମଧ୍ୟରେ ବେଆଇନ ପୋଷ୍ଟକୁ ହଟାଇବାକୁ ବାଧ୍ୟ କରେ।

Share