Posted inଜାତୀୟ

ଏଏପିର ବଡ ଘୋଷଣା, ଜୁଲାଇ ୩ରେ ପାର୍ଟି ମୁଖ୍ୟାଳୟରେ ଅଧ୍ୟାଦେଶର କପି ଜାଳିବେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ

ନୂଆଦିଲ୍ଲୀ,୩୦।୬: ଅଧ୍ୟାଦେଶକୁ ନେଇ କେନ୍ଦ୍ର ସରକାରଙ୍କ ସହ ଲଢି ଚାଲିଥିବା ଆମ ଆଦମୀ ପାର୍ଟି (ଏଏପି) ଶୁକ୍ରବାର ଏକ ବଡ ଘୋଷଣା କରିଛି। ଏଏପିର ମୁଖ୍ୟ ପ୍ରବକ୍ତା ସୌରଭ ଭରଦ୍ୱାଜ ଏକ ପ୍ରେସ କନଫରେନ୍ସରେ କହିଛନ୍ତି କି ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ସହ ଦଳ ମୁଖ୍ୟାଳୟରେ ଅଧ୍ୟାଦେଶର କପିକୁ ଜାଳିବେ। ଏହାପରେ ପୁଣି ୫ ଜୁଲାଇରେ ସମସ୍ତ ୭୦ ବିଧାନସଭା ଆସନରେ ଏହାକୁ ଜଳାଯିବ। ୬ ଜୁଲାଇରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ଗଳି କନ୍ଦିରେ ଏହି ଅଧ୍ୟାଦେଶକୁ ଜଳାଯିବ। ସୌରଭ ଭରଦ୍ୱାଜ ଆହୁରି ମଧ୍ୟ କହିଛନ୍ତି ୭ ଉପାଧ୍ୟକ୍ଷ ଏହା ନିଶ୍ଚିତ କରିବେ ଯେ ଦିଲ୍ଲୀର ସମସ୍ତ ଅଞ୍ଚଳରେ ଅଧ୍ୟାଦେଶର କପି ଜଳାଯିବ।
ଏଏପି ନେତା କହିଛନ୍ତି ଯେ ଦିଲ୍ଲୀର ଲୋକମାନେ ଅରବିନ୍ଦ କେଜରିୱାଲଙ୍କୁ ୨୦୧୩ରେ ପ୍ରଥମ ଥର ପାଇଁ ସେମାନଙ୍କର ମୁଖ୍ୟମନ୍ତ୍ରୀ କରିଥିଲେ, ତାପରେ ତାଙ୍କୁ ୨୦୧୫ ଓ ୨୦୨୦ ରେ ପୁନର୍ବାର ନିର୍ବାଚିତ କରିଥିଲେ। ଏହା କୁହାଯାଇପାରେ ଯେ ତାଙ୍କ ନାମ ଦେଶର ସବୁଠାରୁ ପ୍ରସିଦ୍ଧ ମୁଖ୍ୟମନ୍ତ୍ରୀ ଭାବରେ ଗଣାଯାଏ। ଏହି ତିନୋଟି ନିର୍ବାଚନରେ ଭାଜପା ଏହାର କେନ୍ଦ୍ର ସହ ଜିଦ ଧରିଥିଲା, କିନ୍ତୁ କିଛି ହୋଇ ନ ଥିଲା। ଆଉ ଏବେ କେନ୍ଦ୍ର ସରକାର ଏହାର ପ୍ରତିଶୋଧ ନେବାକୁ ଚାହୁଁଛନ୍ତି। ଦିଲ୍ଲୀ ହେଉଛି ସମଗ୍ର ଦେଶରେ ଏକମାତ୍ର ରାଜ୍ୟ ଯେଉଁଠାରେ ବିଦ୍ୟାଳୟ ଓ ଚିକିତ୍ସା ମାଗଣାରେ ମିଳୁଛି, ଯେଉଁଥିପାଇଁ କେନ୍ଦ୍ର ସରକାର ଯନ୍ତ୍ରଣା ଭୋଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri