Categories: ଖେଳ

ଭାରତୀୟ ଦଳ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବ ଏହି ଖେଳାଳି

ନୂଆଦିଲ୍ଲୀ,୧।୧: ଭାରତୀୟ ଟିମ୍‌ ଜାନୁୟାରୀ ୧୯ଠାରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏଥିଲାଗି ଶୁକ୍ରବାର ଦଳ ଘୋଷଣା କରାଯାଇଛି। ଏଥିରେ ଓପନର୍‌ ଭାବେ ସ୍ଥାନ ପାଇଛନ୍ତି ମହାରାଷ୍ଟ୍ରର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାୟକଓ୍ବାଡ। ତେବେ ସେ ରାଷ୍ଟ୍ରୀୟ ଟିମ୍‌ ଲାଗି ବେଶ୍‌ ସଫଳ ହୋଇପାରନ୍ତି ବୋଲି କହିଛନ୍ତି ମୁଖ୍ୟ ଚୟନ କର୍ତ୍ତା ଚେତନ ଶର୍ମା।

ଟିମ୍‌ ଚୟନ ପରେ ଖବରଦାତାମାନଙ୍କୁ ସମ୍ବୋଧିତ କରି ଚେତନ କହିଛନ୍ତି, ‘ଋତୁରାଜଙ୍କୁ ଠିକ୍‌ ସମୟରେ ସୁଯୋଗ ମିଳିଛି। ସେ ଟି-୨୦ ଦଳରେ ଥିଲେ। ଏବେ ସେ ଦିନିକିଆ ଟିମ୍‌ରେ ମଧ୍ୟ ଅଛନ୍ତି।ସେ ଯେଉଁ ଟିମ୍‌ରେ ସାମିଲ ହୁଅନ୍ତୁ ନା କାହିଁକି ଦେଶ ପାଇଁ ଭଲ ଖେଳିବେ। ’

ପୁଣେରେ ରହୁଥିବା ଋତୁରାଜ ଆଇପିଏଲ୍‌ ୨୦୨୧ରେ ୬୩୫ରନ୍‌ କରି ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପ୍ରଦର୍ଶନ ଚେନ୍ନାଇ ସୁପରକିଙ୍ଗ୍ସ ଟ୍ରଫି ଜିତିବାର ପ୍ରମୁଖ ଭୂମିକା ତୁଲାଇଥିଲା। ଏବେ ତାଙ୍କ ପ୍ରଦର୍ଶନର ଫଳ ତାଙ୍କୁ ମିଳିଛି ବୋଲି କୁହାଯାଉଛି।

Share