Categories: ଖେଳ

କ’ଣ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଋତୁରାଜ? ସିଏସ୍‌କେ ବ୍ୟାଟ୍ସମ୍ୟାନ୍‌ ଦେଲେ କିଛି ଏଭଳି…

ନୂଆଦିଲ୍ଲୀ,୧୬।୫: କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ସେଥିରୁ କିଛି ବିବାହ ପର୍ଯ୍ୟନ୍ତ ଯାଇଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼ିଛି। ଏବେ ସେଭଳି ଜଣେ କ୍ରିକେଟର ଚର୍ଚ୍ଚାରେ ଅଛନ୍ତି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାୟକଓ୍ବାଡ ମରାଠୀ ଅଭିନେତ୍ରୀ ସାୟଲୀ ସଞ୍ଜିବଙ୍କ ପ୍ରେମରେ ବୋଲି କୁହାଯାଉଛି। ହେଲେ ଋତୁରାଜ ଏହା କେବଳ ଗୁଜବ ବୋଲି କହିଛନ୍ତି।

ସମ୍ପୂର୍ଣ୍ଣ ଘଟଣାଟି ଏପରି। ଅଭିନେତ୍ରୀ ସାୟଲୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ଏଥିରେ କ୍ରିକେଟର କମେଣ୍ଟ କରିଥିଲେ। ଏହାପରେ ଅଭିନେତ୍ରୀ କମେଣ୍ଟର ଜବାବରେ ତିନୋଟି ହୃଦୟ ଇମୋଜି ଦେଇଥିଲେ। ଏହାପରେ ପ୍ରଶଂସକମାନେ ଉଭୟଙ୍କ ମଧ୍ୟରେ କିଛି ନା କିଛି ଚାଲିଥିବା ଠଉରାଇ ନେଇଥିଲେ।

ସାୟଲୀଙ୍କ ସହ ସମ୍ପର୍କକୁ ନେଇ ଖବର ଆସିବା ପରେ ଋତୁରାଜ ନିଜେ ଆଗକୁ ଆସି ସ୍ପଷ୍ଟୀକରଣ ଦେଇଛନ୍ତି। ସେ ନିଜର ଇନ୍‌ଷ୍ଟ୍ରାଗ୍ରାମ ଷ୍ଟୋରୀରେ ଏହାକୁ ଗୁଜବ ବୋଲି କହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। କେବଳ ବୋଲର୍‌ ହିଁ ତାଙ୍କର ଉଇକେଟ ନେଇପାରିବେ, ଆଉ କେହି ନୁହେଁ ବୋଲି ସେ କହିଛନ୍ତି।

Share