ରୁଷିଆର ତୈଳ ଡିପୋ ଜଳିଗଲା

ମସ୍କୋ, ୨୬ା୪: ୟୁକ୍ରେନ୍‌ ସୀମା ନିକଟ ରୁଷୀୟ ସହର ବ୍ରିୟାନ୍‌ସ୍କରେ ଥିବା ଏକ ତୈଳ ଡିପୋ ସୋମବାର ଜଳିଯାଇଛି। ନିଆଁ ଲାଗିବାର କାରଣ ଜଣାପଡି ନ ଥିବାବେଳେ କେହି ମୃତାହତ ହୋଇଥିବା ନେଇ ଜଣାପଡ଼ିନାହିଁ। ପ୍ରଥମେ ବଡ଼ ଧରଣର ବିସ୍ଫୋରଣ ଶବ୍ଦ ହେବା ପରେ ସ୍ଥାନୀୟ ଲୋକେ ସେଠାରେ ସାଇରନ୍‌ ଶୁଣିବାକୁ ପାଇଥିଲେ। ଏଥିରେ ୧୦ ହଜାର ଟନ୍‌ର ଡିଜେଲ ଟ୍ୟାଙ୍କରେ ନିଆଁ ଲାଗିଥିବା କୁହାଯାଉଛି। ସେହିପରି ଫୋକିନ୍‌ସ୍କି ଜିଲାରେ ଆଉ ଏକ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗତ ଗୁରୁବାର ରୁଷିଆର ଏକ ମିଲିଟାରୀ ରିସର୍ଚ୍ଚ ଫ୍ୟାକ୍ଟ୍ରିରେ ନିଆଁ ଲାଗି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହାର କାରଣ ମଧ୍ୟ ଜଣାପଡ଼ିନାହିଁ।

Share