ରୁଷିଆର ଆର୍ଥିକ ସ୍ଥିତି ସଙ୍କଟରେ, ୧୧୬ କୁବେରଙ୍କର ୧୨୬ ଶହ କୋଟି ଡଲାର କ୍ଷତି …

ମସ୍କୋ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ରୁଷିଆର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଦେଶର ୧୧୬ କୁବେରଙ୍କର ଇତିମଧ୍ୟରେ ୧୨୬ ଶହ କୋଟି ଡଲାର କ୍ଷତି ହୋଇଛି। ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଇତିମଧ୍ୟରେ କ୍ରେମଲିନ୍‌ରେ ଏକ ବୈଠକରେ ଯୁଦ୍ଧର ସ୍ଥିତି ସମୀକ୍ଷା କରିଛନ୍ତି।

ବୈଠକରେ ୧୩ ଜଣ କୁବେର ଉପସ୍ଥିତ ଥିଲେ। ପୁଟିନ୍‌ ବୈଠକରେ କହିଛନ୍ତି ଯେ, ଏଭଳି କରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନ ଥିଲା। ବାଧ୍ୟ ହୋଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଜଣେ ମଧ୍ୟ କୁବେର ଏହାର କୌଣସି ଉତ୍ତର ଦେଇ ନ ଥିଲେ ବୋଲି କୁହାଯାଉଛି।

ରୁଷିଆ ମୁଦ୍ରା ରୁବେଲର ମୂଲ୍ୟ କ୍ରମାଗତ କମିବାରେ ଲାଗିଛି। ଏହା ଦେଶର ଅର୍ଥନୀତି ପାଇଁ ନୂଆ ସଙ୍କଟ ସୃଷ୍ଟି କରିଛି।

Share