ଓ୍ବାଗନର ସେନା ସହର ଛାଡିବାରୁ ପ୍ରତିକ୍ରିୟା ଦେଲା ରୁଷିଆ ସେନା

ମସ୍କୋ,୨୫।୬: ସରକାରଙ୍କୁ ଭାଙ୍ଗି ଦେବାକୁ ଧମକ ଦେଇଥିବା ଶକ୍ତିଶାଳୀ ଓ୍ବାଗନର ଗ୍ରୁପ ଗୋଟିଏ ଦିନ ପରେ ରବିବାର ଦକ୍ଷିଣ ରୁଷିଆର ରୋଷ୍ଟୋଭ-ଅନ-ଡନ ସହର ଛାଡି ଦେଇଛନ୍ତି। ଫଳରେ ଗୃହଯୁଦ୍ଧ ଏବଂ ରୁଷିଆରେ ଆକ୍ରମଣର ବିପଦକୁ ଏଡାଇ ଦିଆଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିବା ଏକ ଘରୋଇ ସେନା ୱାଗନର୍‌ ଗ୍ରୁପର ମୁଖ୍ୟ ୟେଭେନି ଭି ପ୍ରିଗୋଜିନ ତାଙ୍କ ସେନାଙ୍କୁ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଦ୍ରୋହକୁ ବନ୍ଦ କରିବା ପାଇଁ ଏକ ଚୁକ୍ତିନାମାର ଅଂଶ ଭାବରେ ବେସରକାରୀ ସାମରିକ କମ୍ପାନୀ ୱାଗନର୍‌ ୟେଭେନି ପ୍ରିଗୋଜିନ ପଡୋଶୀ ବେଲା ବେଲାରୁଷକୁ ଯିବେ ବୋଲି ରୁଷିଆର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର କ୍ରେମଲିନ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି। ୱାଗନର୍‌ ମୁଖ୍ୟଙ୍କ ବିରୋଧରେ ଅପରାଧିକ ମାମଲା ମଧ୍ୟ ବନ୍ଦ ହେବ ବୋଲି ସେ କହିଛନ୍ତି। ୱାଗନର୍‌ ଗ୍ରୁପର ସଦସ୍ୟମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବ ନାହିଁ ବୋଲି କ୍ରେମଲିନ ମୁଖପାତ୍ର କହିଛନ୍ତି। ସେମାନଙ୍କ ସାହସିକ କାର୍ଯ୍ୟକୁ ଆମେ ସର୍ବଦା ସମ୍ମାନ ଦେଇଛୁ ବୋଲି ସେ କହିଛନ୍ତି।

Share