Categories: ଜାତୀୟ

ମହାକାଶରୁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧର ଗୁପ୍ତଚରୀ, ପୁଟିନ୍‌ଙ୍କ ଯୋଜନାର ହେଉଛି ପର୍ଦ୍ଦାଫାଶ୍‌…

ନ୍ୟୁୟର୍କ/ମସ୍କୋ/କ୍ୱିଭ୍‌, ୨୮।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଗୁପ୍ତଚରୀ ମହକାଶରୁ କରାଯାଉଛି। ସାଟେଲାଇଟ୍‌ ଦ୍ୱାରା ଫଟୋ ଏବଂ ଭିଡ଼ିଓ ରେକର୍ଡିଂ କରାଯାଉଛି। ରୁଷିଆ ୟୁକ୍ରେନ୍‌ ଯୁଦ୍ଧରେ ସାଟେଲାଇଟ କ୍ୟାମେରା ପାଲଟିଛି ତୃତୀୟ ନୟନ। ଫଳରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ସମସ୍ତ ଯୋଜନାର ପର୍ଦ୍ଦାଫାଶ୍‌ କରାଯାଇ ବିରୋଧୀ ରଣନୀତି ପ୍ରସ୍ତୁତ କରାଯାଉଛି।

ଫଳରେ ପୁଟିନ୍‌ଙ୍କ ଯୁଦ୍ଧ ଯୋଜନା ସଫଳ ହୋଇ ପାରୁନାହିଁ। ୨୦୨୧ରେ ହୋଇଥିବା ଏକ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ ଯେ ଗୁପ୍ତଚର ଉପଗ୍ରହ ଥିବା ଦେଶଗୁଡିକ ଉପରେ ଅନ୍ୟ ଦେଶ ତୁଳନାରେ ଆକ୍ରମଣ ହେବାର ଆଶଙ୍କା କମ ରହିଥାଏ।

ସାଟେଲାଇଟ ଟେକ୍ନୋଲୋଜି ବ୍ୟବହାର କରି ମହାକାଶରୁ ଗୁପ୍ତଚରୀ କରି ଯୁଦ୍ଧ ବିଜୟ ଫର୍ମୂଲା ଏବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପାଲଟିଛି। ଉପଗ୍ରହ ମାଧ୍ୟମରେ ଏବେ ଚିତ୍ର ଉତ୍ତୋଳନ କରିବା ସାଧାରଣ ଯୁଦ୍ଧ ରଣନୀତିର ଅଂଶବିଶେଷ ପାଲଟିଛି।

୨୦୦୦ରେ ଏହା ଆରମ୍ଭ ହୋଇଥିଲା। ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୨୦୨୧ର ଶେଷ ଭାଗରେ ୟୁକ୍ରେନ ଏବଂ ଏହାର ଆଖପାଖରେ ରୁଷୀୟ ସୈନ୍ୟମାନଙ୍କୁ ନିୟୋଜିତ କରିବା ଆରମ୍ଭ କଲେ। ତେବେ ଏହାର ସାଟେଲାଇଟ ଚିତ୍ର ଉତ୍ତୋଳନ କରାଯାଇ ପୁଟିନ କଣ କରିବାକୁ ଯାଉଛନ୍ତି ତାହା ପାଶ୍ଚାତ୍ୟ ଦେଶ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଥିଲା।

ପାଶ୍ଚାତ୍ୟ ଦେଶଗୁଡ଼ିକ ମହାକାଶରୁ ସାଟେଲାଇଟ୍‌ ଦ୍ୱାରା ଗୁପ୍ତଚରୀ କରି ରୁଷିଆର ଗୁପ୍ତ ଆକ୍ରମଣ ଯୋଜନାକୁ ପ୍ରକାଶ କରିଦେଉଥିବାରୁ ୟୁକ୍ରେନ୍‌ ମୁଣ୍ଠନୋଇବାକୁ ପ୍ରସ୍ତୁତ ହେଉନାହିଁ। ଉପଗ୍ରହ ଗୁପ୍ତଚରୀ ଦ୍ୱାରା ପାଶ୍ଚାତ୍ୟ ଦେଶଗୁଡ଼ିକ ଯୁଦ୍ଧରେ ରୁଷିଆକୁ ପଛରେ ପକାଇ ଦେଇଛନ୍ତି ବୋଲି ଅନ୍ତଜାର୍ତୀୟସ୍ତରରେ ଚର୍ଚ୍ଚା ହେଉଛି।

Share