ଜେଲେନେକ୍ସିଙ୍କୁ ଭେଟିଲେ ଋଷି ସୁନକ…

କ୍ୱିଭ୍‌,୧୯।୧୧ : ରୁଷିଆ ଆକ୍ରମଣକୁ ବିଶ୍ୱ ବ୍ୟାପି ବିରୋଧ କରାଯାଉଛି। ଏହି ମର୍ମରେ ପ୍ରଧାନମନ୍ତ୍ରୀ ଭାର ସମ୍ଭାଳିବାର ୨୪ ଦିନ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୟୁକ୍ରେନର କ୍ୱିଭ୍‌ ଗସ୍ତ କରିଛନ୍ତି। ଏହି ଅବସରରେ ସେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡମିୟର ଜେଲେନେକ୍ସିଙ୍କୁ ଭେଟିଛନ୍ତି।

ଦୁଇ ନେତା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌କୁ ବ୍ରିଟେନ ସହାୟତା ଜାରି ରଖିବ ବୋଲି ସୁନକ କହିଛନ୍ତି।

ବ୍ରିଟେନ ୟୁକ୍ରେନ୍‌କୁ ୫୦ ନିୟୁତ ୟୁରୋର ପ୍ରତିରକ୍ଷା ସହାୟତା ଯୋଗାଇ ଦେବ ବୋଲି ସୁନକ ଏହି ଅବସରରେ ଘୋଷଣା କରିଛନ୍ତି। ସେଥିମଧ୍ୟରେ ୧୨୦ ଏୟାର କ୍ରାଫ୍ଟ ଗନ୍‌, ରାଡାର ଏବଂ ଆଣ୍ଟି ଡ୍ରୋନ୍‌ ଉପକରଣ ରହିଛି।
ଯୁଦ୍ଧରେ ୟୁକ୍ରେନ୍‌ବାସୀଙ୍କ ସାହସ ବିଶ୍ୱର ସମସ୍ତ ଦେଶର ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି ବୋଲି ସୁନକ କହିଛନ୍ତି।

ସୁନକଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ଜେଲେନେକ୍ସି ଟୁଇଟ କରି କହିଛନ୍ତି ଯେ, ବ୍ରିଟେନ ଭଳି ବନ୍ଧୁ ପାଇ ଆମେ ବେଶ୍‌ ଆନନ୍ଦିତ। ଏହା ଆମର ବିଜୟକୁ ସୁନିଶ୍ଚିତ କରାଇବ।

Share