ରୁଷିଆ ସେନାଙ୍କ ତାଣ୍ଡବ: କ୍ୱିଭରୁ ମିଳିଲା ୪୧୦ ମୃତଦେହ, ଜେଲେନସ୍କି କହିଲେ ନରସଂହାର

କ୍ୱିଭ,୪ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ଲଗାତାର ଜାରି ରହିଥିବା ବେଳେ ୟୁକ୍ରେନର ରାଜଧାନୀ କ୍ୱିଭକୁ ନିଜ କବଜାକୁ ନେବାରେ ବିଫଳ ହୋଇଛି ରୁଷିଆ ସେନା । ଫଳରେ ସହର ଛାଡି ଚାଲଇ ଆସିବା ସମୟରେ ସେଠାରେ ତାଣ୍ଡବ ରଚିଛି ରୁଷିଆ ସେନା । ଏବେ ୟୁକ୍ରେନ୍ ଦାବି କରିଛି ଯେ କ୍ୱିଭ ନିକଟରେ ରୁଷିଆ ସେନାର ଆକ୍ରମଣରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଛି । ଏଠାରୁ ୪୧୦ ମୃତଦେହ ମିଳିବା ସମସ୍ତଙ୍କୁ ଚକିତ କରିବା ସହ ରୁଷିଆ ସେନାର ବର୍ବରତାକୁ ସାମ୍ନାକୁ ଆଣିଛି ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ବୁଚାରେ ସାମୁହିକ କବର ମିଳିବା ପରେ ରୁଷିଆ ‘ଯୁଦ୍ଧ ଅପରାଧ’ଶେଷ କରିବାକୁ ଆହ୍ୱାନ ଦେଇଛି । ଏପଟେ ମିଳିତ ଜାତିସଂଘର ମହାସଚିବ ଏନ୍ତୋସିୟୋ ଗୁତାରେସ କହିଛନ୍ତି ୟୁକ୍ରେନ ରାଜଧାନୀ କ୍ୱିଭ୍ ନିକଟରେ ଥିବା ବୁଚା ସହରରେ ମୃତ ନାଗରିକଙ୍କ ଦୃଶ୍ୟ ମନକୁ ବିଚଳିତ କରିଛି । ଏହା ମୋତେ ଖୁବ୍ କଷ୍ଟ ଦେଇଛି । ଏହାର ସ୍ୱତନ୍ତ୍ର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି । ୟୁକ୍ରେନ୍ ଦାବି କରିଛି କି ୪୧୦ ମୃତଦେହ କ୍ୱିଭର କିଛି ଅଞ୍ଚଳରୁ ଜବତ କରାଯାଇଛି । ଯେଉଁଠାରୁ ରୁଷିଆ ସେନାଙ୍କୁ ଫେରାଣ ନିଆଯାଉଛି । ଏପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ବୁଚା ସହରରେ ଯେଉଁ ସାଧାରଣ ନାଗରିକଙ୍କ ମୃତ ଶରୀର ମିଳିଛି ସେଥିପାଇଁ ରୁଷିଆ ସେନା ଦାୟି ନୁହେଁ ।

Share