ୟୁକ୍ରେନ ଯୁବତୀଙ୍କୁ ମେସେଜ ପଠାଉଛନ୍ତି ରୁଷିଆ ସୈନିକ, ସ୍କ୍ରିନ୍‌ଶଟ୍‌ ଶେୟାର କରି କହିଲେ…

କ୍ୱିଭ୍‌,୨୪ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ୟୁକ୍ରେନର ରାଜଧାନୀ ସମେତ ଅନେକ ସ୍ଥାନରେ ବିସ୍ଫୋରଣ କରିଛି ରୁଷିଆ। ଏହି ସମୟରେ ୟୁକ୍ରେନର ଯୁବତୀମାନେ କହିଛନ୍ତି ଯେ, ରୁଷିଆର ସୈନିକମାନେ ଡେଟିଂ ଆପ ଟିଣ୍ଡରରେ ସେମାନଙ୍କୁ ଫ୍ଲର୍ଟି ମେସେଜ ପଠାଉଛନ୍ତି।

ୟୁକ୍ରେନ-ରୁଷିଆ ଲଢ଼େଇ ମଧ୍ୟରେ ଜଣେ ୟୁକ୍ରେନ ଯୁବତୀ ସ୍କ୍ରିନ୍‌ଶଟ୍‌ ସେୟାର କରିଛନ୍ତି। ରୁଷିଆର ସୈନିକମାନେ ସୋସିଆଲ ମିଡିଆ ଏବଂ ଡେଟିଂ ଆପରେ ତାଙ୍କୁ ଫ୍ଲର୍ଟି ମେସେଜ ପଠାଉଛନ୍ତି। ଗୋଟିଏ ପଟେ ୟୁକ୍ରେନର ରାଜଧାନୀ କ୍ୱିଭ୍‌ ଏବଂ ଅନ୍ୟ ପ୍ରମୁଖ ସହର ଖାର୍କିଭରେ ଗୁଳିଗୋଳା ବର୍ଷଣ ହେଉଥିବାବେଳେ ରୁଷିଆର ସୈନିକମାନେ ୟୁକ୍ରେନ ଯୁବତୀଙ୍କୁ ଭେଟିବାକୁ ଦୌଡୁଛନ୍ତି।

ୟୁକ୍ରେନ୍‌ର ଦାଶା ସିନେଲେନିକୋଭା ଅଭିଯୋଗ ଆଣିଛନ୍ତି ଯେ, ଆଣ୍ଡ୍ରେ, ଆଲେକ୍ସଜାଣ୍ଡାର୍‌, ଗ୍ରେଗୋରୀ ଏବଂ ମାଇକେଲଙ୍କ ସମେତ ୧୦ ଜଣ ରୁଷିଆ ସୈନିକ ତାଙ୍କୁ ଡେଟିଂ ଆପ୍‌ରେ ପ୍ରୋଫାଇଲ କ୍ରିଏଟ୍‌ କରିଛନ୍ତି ଏବଂ ଯୁବତୀମାନଙ୍କୁ ଫ୍ଲର୍ଟି ମେସେଜ ପଠାଉଛନ୍ତି। ୩୩ ବର୍ଷୀୟା ଦାଶା କହିଛନ୍ତି, ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ରୁହନ୍ତି । ଜଣେ ବନ୍ଧୁ ତାଙ୍କୁ କହିଥିଲେ ଯେ ଅନେକ ରୁଷିଆ ସୈନିକ ଟିଣ୍ଡରରେ ପ୍ରୋଫାଇଲ କରିଛନ୍ତି। ଏପରିକି ଯେତେବେଳେ ସେ ତାଙ୍କ ଅବସ୍ଥାନ ସେଟିଂକୁ ଖାର୍କିଭ ସହରରେ ପରିବର୍ତ୍ତନ କଲେ, ସେତେବେଳେ ରୁଷିଆର ସୈନିକମାନଙ୍କଠାରୁ ମେସେଜ୍‌ ଆସିଲା।

ସେ କହିଛନ୍ତି, ୟୁକ୍ରେନର ଯୁବତୀମାନେ ଶତ୍ରୁମାନଙ୍କର ଉତ୍ତର ଦିଅନ୍ତି ନାହିଁ। ସେ ଆଣ୍ଡ୍ରେ ନାମକ ଜଣେ ରୁଷିଆନ ସୈନିକଙ୍କ ସହ କଥା ହୋଇଥିଲେ। ସେ ତାଙ୍କୁ ତାଙ୍କ ଅବସ୍ଥାନ ବିଷୟରେ ପଚାରିଥିଲେ, ଯେଉଁଥିପାଇଁ ଆଣ୍ଡ୍ରେ ତୁରନ୍ତ ତାଙ୍କୁ ଭେଟିବାକୁ ରାଜି ହୋଇଥିଲେ ଏବଂ କହିଥିଲେ, ୨୦୧୪ ପରଠାରୁ ରୁଷିଆନମାନଙ୍କୁ ୟୁକ୍ରେନକୁ ସ୍ବାଗତ କରାଯାଇ ନାହିଁ। ଦାଶା ଅନେକ ସ୍କ୍ରିନଶଟ୍‌ ଦେଖାଇଥିଲେ, ଯାହା ରୁଷିଆର ସୈନିକମାନଙ୍କର ପ୍ରୋଫାଇଲ ଅଟେ। ତେବେ ଦାଶା ଏହା ମଧ୍ୟ କହିଛନ୍ତି ଯେ, ସେ ଶତ୍ରୁ ସହିତ କଦାପି ବୁଝାମଣା କରିବେ ନାହିଁ କିମ୍ବା ତାଙ୍କ ଅନୁରୋଧ ଗ୍ରହଣ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

କେତେ ସମ୍ପତ୍ତି ଛାଡି ଦେଇ ଗଲେ ଖାଲେଦା ଜିଆ, ଜାଣନ୍ତୁ ତାଙ୍କର ନେଟ୍‌ ଓ୍ବର୍ଥ

ଢାକା,୩୦।୧୨: ବାଂଲାଦେଶୀ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ଖାଲେଦା ଜିଆଙ୍କ ମୃତ୍ୟୁ ପରେ, ଏକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri