୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେଲେ ରୁଷୀୟ ସୈନ୍ୟ

କିଭ୍‌, ୧୫ା୩: ୟୁକ୍ରେନ୍‌ରେ ରୁଷୀୟ ସୈନ୍ୟ ମହିଳା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ରୁଷିଆର ୨ଜଣ ସେନା ଅଧିକାରୀ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ମା’ଙ୍କୁ ଗଣବଳାତ୍କାର କରିଥିବା ୟୁକ୍ରେନ୍‌ ଅଭିଯୋଗ କରିଛି। ନିଶାସକ୍ତ ଅବସ୍ଥାରେ ଦୁଇ ଅଧିକାରୀ ପ୍ରଥମେ ବାଡ଼ ଭାଙ୍ଗି ଘର ଭିତରେ ପ୍ରଦେଶ କରିଥିଲେ। ନାବାଳିକାଙ୍କ ବାପାକୁ ମାଡ଼ ମାରି ଆହତ କରିବା ପରେ ତାଙ୍କ ମା’ଙ୍କୁ ଗଣବଳାତ୍କାର କରିଥିବା କୁହାଯାଉଛି। ଏଥିସହ ସେମାନେ ୪୧ ବର୍ଷୀୟ ଗର୍ଭବତୀ ମହିଳା ଏବଂ ୧୭ ବର୍ଷୀୟା ଝିଅଙ୍କୁ ମଧ୍ୟ ବଳାତ୍କାର କରିଥିବା କୁହାଯାଉଛି। ଏ ପ୍ରକାର ଅଭିଯୋଗ ବାରମ୍ବାର କରାଯାଉଥିଲେ ସୁଦ୍ଧା ରୁଷିଆ ସବୁବେଳେ ଏହାକୁ ଖଣ୍ଡନ କରିଆସୁଛି।

Share