ପୁଟିନ୍‌ ଦେଲେ ଭାରତକୁ ବଡ଼ ଅଫର

ମସ୍କୋ,୨୩।୬: ଚାଇନା ନେତୃତ୍ୱରେ ଆୟୋଜିତ ହୋଇଥିବା ୨ଦିନିଆ ବ୍ରିକ୍ସ ସମ୍ମିଳନୀ ବୁଧବାରଠାରୁ ଶୁଭାରମ୍ଭ ହୋଇଛି। ୧୪ତମ ବ୍ରିକ୍ସ ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏକ ବଡ଼ ବୟାନ ଦେଇଛନ୍ତି। ରୁଷିଆରେ ଭାରତୀୟ ଷ୍ଟୋର ଖୋଲିବାକୁ ନେଇ ଆଲୋଚନା ଚାଲିଛି ବୋଲି ପୁଟିନ୍‌ କହିଛନ୍ତି। ବ୍ରିକ୍ସ ଶିଖର ସମ୍ମିଳନୀରେ ପୁଟିନ କହିଛନ୍ତି ଯେ, ରୁଷିଆ ଏବଂ ବ୍ରିକ୍ସ ଦେଶର ବ୍ୟବସାୟ ମଧ୍ୟରେ ସମ୍ପର୍କ ଯଥେଷ୍ଟ ବୃଦ୍ଧି ପାଇଛି। ରୁଷିଆରେ ଭାରତୀୟ ଷ୍ଟୋର ଖୋଲିବାକୁ ଆଲୋଚନା ଚାଲିଛି। କିନ୍ତୁ ରୁଷିଆରେ କେଉଁ ଭାରତୀୟ ଷ୍ଟୋରର ଫ୍ରାଞ୍ଚାଇଜ୍‌ ଖୋଲିବ ସେନେଇ ପୁଟିନ୍‌ ସ୍ପଷ୍ଟ କରିନାହାଁନ୍ତି। ଏଥିସହ ଚାଇନାର କାର, ଉପକରଣ ଏବଂ ହାର୍ଡୱେୟାରକୁ ରୁଷିଆର ବଜାରରେ ଆଣିବା ପାଇଁ ଆଲୋଚନା ଚାଲିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ଏତଦ୍‌ ବ୍ୟତୀତ ବ୍ରିକ୍ସ ଦେଶଗୁଡ଼ିକରେ ରୁଷିଆର ଉପସ୍ଥିତି ବଢ଼ିବାରେ ଲାଗିଛି। ସେ କହିଛନ୍ତି, ୨୦୨୨ର ପ୍ରଥମ ୩ମାସରେ ରୁଷିଆ ଏବଂ ବ୍ରିକ୍ସ ଦେଶ ମଧ୍ୟରେ ବାଣିଜ୍ୟ କାରବାର ୩୮ପ୍ରତିଶତ ବୃଦ୍ଧି ପାଇଛି। ବ୍ରିକ୍ସ ଦେଶଗୁଡିକ ସହିତ ରୁଷିଆର ବାଣିଜ୍ୟ ୪୫ ବିଲିୟନ ଡଲାରରେ ପହଞ୍ଚିଛି।

Share