ଭାରତକୁ ପୁଣି ପ୍ରଶଂସା କଲେ ପୁଟିନ କହିଲେ ଭାରତୀୟ ପ୍ରତିଭାଶାଳୀ, ପ୍ରେରଣାଦାୟୀ

ମସ୍କୋ,୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ ‘ପ୍ରତିଭାଶାଳୀ’ ଓ ‘ପ୍ରେରିତ’ କରୁଥିବା ଲୋକ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଭାରତରେ ବହୁତ ସମ୍ଭାବନା ରହିଛି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାରତ ବିକାଶ ମାମଲାରେ ଉତ୍କୃଷ୍ଟ ପରିଣାମ ପାଇବ । ପୁଟିନଙ୍କ ଭାଷଣର ରୟଟର୍ସ ଅନୁବାଦରେ ଏହା କୁହାଯାଇଛି ।
ନଭେମ୍ବର ୪ରେ ରୁଷିଆର ଏକତା ଦିବସ ଅବସରରେ ରୁଷିଆ ରାଷ୍ଟ୍ରପତି ପୁଟିନ ଭାରତକୁ ଅଧିକ କ୍ଷମତା ସମ୍ପନ୍ନ ଦେଶ ଭାବେ ପ୍ରଶଂସା କରିଛନ୍ତି । ମୂଳ ଭାବେ ରୁଷି ଭାଷାରେ ପୁଟିନକ ଅନୁବାଦ ଭାଷଣ ଅନୁଯାୟୀ, ପୁଟିନ କହିଥିଲେ ଭାରତ ତା’ର ବିକାଶ ମାମଲାରେ ଉତ୍କୃଷ୍ଟ ପରିଣାମ ପ୍ରାପ୍ତ କରିବ, ଏଥିରେ କୌଣସି ସନ୍ଦେହ ନାହିଁ । ଆଜି ପ୍ରାୟ ଦେଢ ଅରବ ଲୋକଙ୍କ ମଧ୍ୟରେ ଏହି କ୍ଷମତା ରହିଛି ।

Share