ମସ୍କୋ,୨୭୯: ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ତ୍ୟାଗ କରୁଥିବା ଯବାନଙ୍କ ଜୀବନର ସବୁପାପ ଧୋଇ ହୋଇଯିବ। ସେମାନେ ସହଜରେ ମୋକ୍ଷ ପାଇବେ। ରୁଷିଆ ସୌନ୍ୟଙ୍କ ମନୋବଳ ବଢ଼ାଇବା ପାଇଁ ଅର୍ଥୋଡୋକ୍ସ ଚର୍ଚ୍ଚ ମୁଖ୍ୟ ପାଟ୍ରିଆର୍ଚ କିରିଲ ଏହା କହିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ଅତି ଘନିଷ୍ଠ ହେଉଛନ୍ତି କିରିଲ। ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣଙ୍କୁ ସେ ସମର୍ଥନ କରିବା ସହ ଯୁଦ୍ଧକୁ ବିରୋଧ କରୁଥିବା ବ୍ୟକ୍ତିଙ୍କୁ ନିକଟରେ ସମାଲୋଚନା କରିଥିଲେ। ରଣକ୍ଷେତ୍ରରେ ବହୁ ଲୋକ ମରୁଛନ୍ତି। ଏ ଯୁଦ୍ଧ ଖୁବ୍ ଶୀଘ୍ର ସମାପ୍ତ ହେଉ ବୋଲି ସେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିବା କହିଛନ୍ତି। ଯୁଦ୍ଧରେ ରୁଷୀୟ ସେନା ଧୀରେ ଧୀରେ ଅପସରିଯିବା କାରଣରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଦେଶବାସୀଙ୍କୁ ସେନାରେ ଯୋଗ ଦେବା ପାଇଁ ଆହ୍ବାନ ଦେଇଛନ୍ତି।


