ତୁରନ୍ତ ଖେରସନ୍‌ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ

କିଭ୍‌,୪।୧୧: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଫେବୃଆରୀ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ତୀବ୍ର ହେବାରେ ଲାଗିଛି। ଇତିମଧ୍ୟରେ ଖେରସନ୍‌ରେ ମୁତୟନ ହୋଇଥିବା ରୁଷିଆ ଅଧିକାରୀ ନାଗରିକଙ୍କୁ ତୁରନ୍ତ ସହର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମସ୍କୋ ପକ୍ଷରୁ ନିଯୁକ୍ତ ହୋଇଥିବା ଅଧିକାରୀ କିରିଲ ଷ୍ଟ୍ରେମୋସୋଭଙ୍କ ଏକ ରେକର୍ଡ ହୋଇଥିବା ଭିଡିଓ ଗୁରୁବାର ଟେଲିଗ୍ରାମରେ ଶେୟାର କରାଯାଇଥିଲା। ଯେଉଁଥିରେ ରାସ୍ତାଘାଟ ଓ ସୁପରମାର୍କେଟରେ ଲୋକଙ୍କୁ ଦେଖାଯାଇଥିଲା। ଏହି ଭିଡିଓ ମାଧ୍ୟମରେ ଷ୍ଟ୍ରେମୋସୋଭ ଏକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଯେଉଁମାନେ ସୁରକ୍ଷା ଏବଂ ଗୁଳିବିନିମୟ ବିଷୟରେ ଆମର ସମସ୍ତ ଅନୁରୋଧକୁ ଅଣଦେଖା କରିଛନ୍ତି, ସେମାନଙ୍କୁ ପୁଣି ଥରେ ମନେ ପକାଇଦେବାକୁ ଚାହୁଁଛି ଯେ, ବର୍ତ୍ତମାନର ପରିସ୍ଥିତି ଭଲ ନାହିଁ। ଏଥିସହ ରୁଷିଆ ରାଜ୍ୟ ଟେଲିଭିଜନକୁ ମଧ୍ୟ କହିଛନ୍ତି, ସମସ୍ତ ୟୁକ୍ରେନ ଆକ୍ରମଣକୁ ପ୍ରତ୍ୟାହାର କରାଯାଇଛି। ୟୁକ୍ରେନର ପ୍ରତିଶୋଧ ପରାୟଣ ହେବା ପରେ ହଜାର ହଜାର ସାଧାରଣ ନାଗରିକ ଖେରସନ୍‌ ସହରରୁ ସ୍ଥାନାନ୍ତର ହୋଇଛନ୍ତି। ସ୍ଥାନୀୟ ସରକାର ପ୍ରତ୍ୟାହାର କରିବାର ଏକ ସପ୍ତାହ ପରେ ଗୁରୁବାର ରୁଷିଆ କର୍ତ୍ତୃପକ୍ଷ ସେମାନଙ୍କ ଦେଶର ପତାକାକୁ ମଧ୍ୟ ହଟାଇ ଦେଇଛନ୍ତି।

Share