ରୁଷିଆର ମିଶାଇଲ ମାଡରେ ୟୁକ୍ରେନର ନିପ୍ରୋ ବିମାନବନ୍ଦର ଧ୍ୱଂସ

କ୍ୱିଭ,୧୧ ।୪: ରୁଷିଆ ୟୁକ୍ରେନର ଲୁହାଂସ୍କ ଓ ନିପ୍ରୋ ଅଞ୍ଚଳରେ ରବିବାର ରକେଟ ମାଡ କରିଛି । ଏହାପରେ ବିମାନ ବନ୍ଦର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ରୁଷିଆର ଏହି ଆକ୍ରମଣରେ ଅନ୍ୟ ଅଞ୍ଚଳବି କ୍ଷତିଗ୍ରସ୍ତ ହୋଇଛି ।
ଦ କ୍ୱିଭ ଇଣ୍ଡିପେଣ୍ଡେଣ୍ଟର ଖବର ଅନୁଯାୟୀ, ରୁଷିଆ ମିଶାଇଲ ପୁଣିଥରେ ନିପ୍ରୋ ବିମାନ ବନ୍ଦର ଉପରେ ଆକ୍ରମଣ କରିଛି । ସ୍ଥାନୀୟ ଅଧିକାରୀମାନେ କହିଛନ୍ତି କି ମାର୍ଚ୍ଚ ମଧ୍ୟଭାଗରେ ଗୋଟିଏ ମିଶାଇଲ ବିମାନ ପନ୍ଦର ଉପରେ ମାଡ କରାଯାଇଥିଲା । ଏହାପରେ ବିମାନ ବନ୍ଦରଟି ନଷ୍ଟ ହୋଇଯାଇଥିଲା ।
ନିପ୍ରୋପେଟ୍ରୋସ ଓବ୍ଲାଷ୍ଟର ଗଭର୍ନର ୱେଲେଂଟାଇନ ରେଜ୍ନିଚେଂକୋ କହିଛନ୍ତି, ବିମାନ ବନ୍ଦର ନିକଟରେ କିଛି ନାହିଁ ଏହାପରେ ବି ସେଠାରେ ମିଶାଇଲ ମାଡ କରାଯାଉଛି । ଗଭର୍ନରଙ୍କ ସୂଚନା ଅନୁଯାୟୀ, ଜରୁରୀକାଳିନ କର୍ମଚାରୀ, ଉକ୍ତ ଅଞ୍ଚଳର ସ୍ଥିତି ସମ୍ପର୍କରେ ତଥ୍ୟ ନେଇଥିଲେ । ରେଜ୍ନିଚେଂକୋ ପୂର୍ବରୁ କହିଥିଲେ, ନିପ୍ରୋରେ ଆକ୍ରମଣ ପରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ରକେଟ ଆକ୍ରମଣ ପରେ ଏଠାରେ ନିଆଁ ଲଗାଇ ଦିଆଯାଇଥିଲା ।

 

Share