ଆମେରିକାର ଚେତାବନୀ, ବେଜିଂ ଅଲିମ୍ପିକ୍ସ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ୱାଶିଂଟନ,୧୨ ।୨: ୟୁକ୍ରେନ୍ ମାମଲାରେ ରୁଷିଆ ସହ ପଶ୍ଚିମ ଦେଶର ତୁତୁ ମେମେ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନସଲର ଓଲାଫ ସ୍କୋଲ୍‌ଜ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲ ମ୍ୟାକ୍ରୋ ସମେତ ପଶ୍ଚିମ ଦେଶର ନେତାମାନେ ରୁଷିଆକୁ ଚେତାବନୀ ଦେଇ କହିଛନ୍ତି, ଯଦି ସେ ୟୁକ୍ରେନ୍ ଉପରେ ଆକ୍ରମଣ କରେ ତେବେ ତା’ ଉପରେ କଡା ପ୍ରତିବନ୍ଧକ ଲଗାଯିବ ।
ହ୍ୱାଇଟ ହାଉସ ମଧ୍ୟ ଏହାକୁ ନେଇ ନିଜର ବୟାନ ଜାରି କରିଛି । ହ୍ୱାଇଟ ହାଉସ କହିଛି, ଯେମିତି ଭାବେ ପୁଟିନ ତାଙ୍କ ସେନାକୁ ଗଢିଛନ୍ତି ଓ ସେମାନଙ୍କୁ ୟୁକ୍ରେନରେ ମୁତୟନ କରିଛନ୍ତି, ଆମକୁ ମିଳିଥିବା ଗୁଇନ୍ଦା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, ରୁଷିଆ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏହା ଖୁବଶୀଘ୍ର ହୋଇପାରେ । ଶୀତକାଳିନ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବେଜିଂ ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ୟୁକ୍ରେନ୍ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି ।
ଏହାସହ ହ୍ୱାଇଟ ହାଉସ ପକ୍ଷରୁ ଆହୁରି ସୂଚନା ଦିଆଯାଇଛି କି ରୁଷିଆ ସହ ଲଢିବା ପାଇଁ ଜର୍ମାନୀ, ପୋଲାଣ୍ଡ, ଅର୍ମେନିଆରେ ଅବସ୍ଥାପିତ ଆମେରିକା ସେନାଙ୍କୁ ୟୁକ୍ରେନ ପଠାଯାଇନହିଁ । ସେମାନେ ନାଟୋ ଅଞ୍ଚଳକୁ ଆକ୍ରମଣ ବିରୋଧରେ ରକ୍ଷା କରିବାକୁ ଯାଉଛନ୍ତି ।

Share