ଅନଲାଇନ ଡେଟିଂରେ ବ୍ୟବହାର କଲେ ଚାଟ୍‌ଜିପିଟି, ଆଉ ମିଳିଗଲା ମନଲାଖି ସ୍ତ୍ରୀ

ମସ୍କୋ,୨।୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛି। ଏଆଇ ସାହାର୍ଯ୍ୟରେ ମଣିଷର ନିତିଦିନିଆ କଠିନ କାମ ସରଳ ହେଉଥିବାବେଳେ ଘଣ୍ଟାଘଣ୍ଟାର କାମ କେଇ ମିନିଟରେ ସମାଧାନ ହୋଇଯାଉଛି। ପ୍ରତିଟି ପ୍ରଶ୍ନର ଉତ୍ତର ଚାଟଜିପିଟି ପାଖରେ ରହୁଛି। ସାମ୍ପ୍ରତିକ ସମୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ଅନଲାଇନ ଟେଟିଙ୍ଗରେ ମନଲାଖି ସ୍ତ୍ରୀ ପାଇବା ପାଇଁ ChatGPT ବ୍ୟବହାର କରିଛନ୍ତି।

ଋଷିଆର ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ, ସେ ତାଙ୍କ ମନଲାଖି ସ୍ତ୍ରୀଙ୍କୁ ଏଆଇ ମାଧ୍ୟମରେ ପାଇଛନ୍ତି। ଏହା ଅଜବ ଲାଗୁଥିଲେ ବି ସତ। ୨୩ ବର୍ଷିୟ ସଫ୍ଟୱେର୍‌ ଡେଭଲପର୍‌ ଆଲେକ୍ସଜାଣ୍ଡାର୍‌ ଜାଡାନ, ଟିଣ୍ଡର୍‌ ଭଳି ଡେଟିଂ ଆପ୍ସରେ ଚାଟ ଜିପିଟି ଏବଂ ଅନ୍ୟାନ୍ୟ ଏଆଇ ବୋଟ ବ୍ୟବହାର କରିଥିଲେ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜାଡାନ କହିଛନ୍ତି, ସେ ଏହି ଏଆଇ ବୋଟ୍ସଗୁଡିକୁ ଏପରି ଭାବରେ ବ୍ୟବହାର କରିଥିଲେ ଯାହାଦ୍ୱାରା ଅନଲାଇନ ଟେଟିଙ୍ଗ କରୁଥିବା କୌଣସି ବ୍ୟକ୍ତି ଅନୁଭବ କରିପାରିବେ ନାହିଁ କି ଯେ, ସେ କୌଣସି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତିି।
ଏଆଇ ବୋଟ ସାହାଯ୍ୟରେ ସେ ପ୍ରଥମେ ୫୦୦ରୁ ଅଧିକ ମହିଳାଙ୍କୁ ଡେଟିଂ ଆପ୍‌ରେ ସର୍ଟଲିଷ୍ଟ କରିଥିଲେ। ପୁଣି ସେଥିରେ ଫିଲ୍ଟର ବ୍ୟବହାର କରି ୫୦ଜଣଙ୍କୁ ସର୍ଟଲିଷ୍ଟ କରିଥିଲେ। ଏହି ୫୦ଜଣଙ୍କ ସହ ସେ ବ୍ୟକ୍ତିଗତ ଭାବେ କଥା ହୋଇଥିଲେ। ତା’ପରେ କରିନା ନାମକ ଜଣେ ମହିଳାଙ୍କୁ ପସନ୍ଦ କରି ବିବାହ କରିଥିଲେ।

ଏଆଇ ଟେକ୍ନୋଲଜି ଏପରି ଚମତ୍କାର କରିଥିଲା କି, ମୁଁ ମୋ ମନଲାଖି ସ୍ତ୍ରୀଙ୍କୁ ପାଇଥିଲି। ଯେମିତି କୁହନ୍ତି ସ୍ବର୍ଗରେ ଗଢା ହୋଇଥିବା ଯୋଡି। ଯେଉଁଭଳି ଖୋଜୁଥିଲି ଏଆଇ ସେପରି ମହିଳା ମୋ ପାଇଁ ଖୋଜିଦେଇଥିଲା। ଡେଟ୍‌ବେଳେ ମୁଁ କରିନାଙ୍କୁ ପ୍ରପ୍ରୋଜ କରିଥିଲି ଆଉ ସେ ରାଜି ହୋଇଥିଲେ ବୋଲି ଜାଡାନ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣରେ ଦିଲ୍ଲୀବାସୀ ଅତିଷ୍ଠ: କାର୍ଯ୍ୟାନୁଷ୍ଠାନ ଦାବିରେ ବାହାରିଲା ରାଲି

ନୂଆଦିଲ୍ଲୀ,୯ା୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହୋଇ ଶନିବାର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଅତିକ୍ରମ କରିଥିଲା। ଦିଲ୍ଲୀ ରେଡ୍‌ ଜୋନ୍‌ରେ ପ୍ରବେଶ...

ଛାଡ଼ଖାଇରେ କରୁଥିଲେ ଛେଳି ଚୋରି : ନିର୍ଧୁମ ଛେଚିଲେ ଗ୍ରାମବାସୀ

ଆନନ୍ଦପୁର,୯ା୧୧(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଚକ୍ରତୀର୍ଥ ନିକଟରୁ ଏକ ଛେଳିକୁ ବାଇକରେ ନେଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣକୁ କାବୁ...

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

କଳାହାଣ୍ଡି ବୁଲିବେ ୧୨ ଜଣିଆ ଅଧିକାରୀ

କେସିଙ୍ଗା,୯ା୧୧(ତୁମେଶ୍ୱର ସାହୁ): ଦିଲ୍ଲୀରୁ ୧୨ ଜଣିଆ ପ୍ରଶାସନିକ ଅଧିକାରୀଙ୍କୁ କେସିଙ୍ଗା ରେଲୱେ ଷ୍ଟେସନରେ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ସେହି...

‘ପାକିସ୍ତାନ କେବେ ଶାନ୍ତି ଚାହୁଁନାହିଁ’, ବଡ଼ କଥା କହିଦେଲେ ମୋହନ ଭାଗବତ

ନୂଆଦିଲ୍ଲୀ,୯।୧୧: ଭାରତ-ପାକିସ୍ତାନ ସମ୍ପର୍କରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଆରଏସଏସ ମୁଖ୍ୟ ମୋହନ ଭାଗବତ ପାକିସ୍ତାନର ମନୋଭାବ ସମ୍ପର୍କରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri