ଅନଲାଇନ ଡେଟିଂରେ ବ୍ୟବହାର କଲେ ଚାଟ୍‌ଜିପିଟି, ଆଉ ମିଳିଗଲା ମନଲାଖି ସ୍ତ୍ରୀ

ମସ୍କୋ,୨।୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛି। ଏଆଇ ସାହାର୍ଯ୍ୟରେ ମଣିଷର ନିତିଦିନିଆ କଠିନ କାମ ସରଳ ହେଉଥିବାବେଳେ ଘଣ୍ଟାଘଣ୍ଟାର କାମ କେଇ ମିନିଟରେ ସମାଧାନ ହୋଇଯାଉଛି। ପ୍ରତିଟି ପ୍ରଶ୍ନର ଉତ୍ତର ଚାଟଜିପିଟି ପାଖରେ ରହୁଛି। ସାମ୍ପ୍ରତିକ ସମୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ବ୍ୟକ୍ତି ଅନଲାଇନ ଟେଟିଙ୍ଗରେ ମନଲାଖି ସ୍ତ୍ରୀ ପାଇବା ପାଇଁ ChatGPT ବ୍ୟବହାର କରିଛନ୍ତି।

ଋଷିଆର ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ, ସେ ତାଙ୍କ ମନଲାଖି ସ୍ତ୍ରୀଙ୍କୁ ଏଆଇ ମାଧ୍ୟମରେ ପାଇଛନ୍ତି। ଏହା ଅଜବ ଲାଗୁଥିଲେ ବି ସତ। ୨୩ ବର୍ଷିୟ ସଫ୍ଟୱେର୍‌ ଡେଭଲପର୍‌ ଆଲେକ୍ସଜାଣ୍ଡାର୍‌ ଜାଡାନ, ଟିଣ୍ଡର୍‌ ଭଳି ଡେଟିଂ ଆପ୍ସରେ ଚାଟ ଜିପିଟି ଏବଂ ଅନ୍ୟାନ୍ୟ ଏଆଇ ବୋଟ ବ୍ୟବହାର କରିଥିଲେ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜାଡାନ କହିଛନ୍ତି, ସେ ଏହି ଏଆଇ ବୋଟ୍ସଗୁଡିକୁ ଏପରି ଭାବରେ ବ୍ୟବହାର କରିଥିଲେ ଯାହାଦ୍ୱାରା ଅନଲାଇନ ଟେଟିଙ୍ଗ କରୁଥିବା କୌଣସି ବ୍ୟକ୍ତି ଅନୁଭବ କରିପାରିବେ ନାହିଁ କି ଯେ, ସେ କୌଣସି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତିି।
ଏଆଇ ବୋଟ ସାହାଯ୍ୟରେ ସେ ପ୍ରଥମେ ୫୦୦ରୁ ଅଧିକ ମହିଳାଙ୍କୁ ଡେଟିଂ ଆପ୍‌ରେ ସର୍ଟଲିଷ୍ଟ କରିଥିଲେ। ପୁଣି ସେଥିରେ ଫିଲ୍ଟର ବ୍ୟବହାର କରି ୫୦ଜଣଙ୍କୁ ସର୍ଟଲିଷ୍ଟ କରିଥିଲେ। ଏହି ୫୦ଜଣଙ୍କ ସହ ସେ ବ୍ୟକ୍ତିଗତ ଭାବେ କଥା ହୋଇଥିଲେ। ତା’ପରେ କରିନା ନାମକ ଜଣେ ମହିଳାଙ୍କୁ ପସନ୍ଦ କରି ବିବାହ କରିଥିଲେ।

ଏଆଇ ଟେକ୍ନୋଲଜି ଏପରି ଚମତ୍କାର କରିଥିଲା କି, ମୁଁ ମୋ ମନଲାଖି ସ୍ତ୍ରୀଙ୍କୁ ପାଇଥିଲି। ଯେମିତି କୁହନ୍ତି ସ୍ବର୍ଗରେ ଗଢା ହୋଇଥିବା ଯୋଡି। ଯେଉଁଭଳି ଖୋଜୁଥିଲି ଏଆଇ ସେପରି ମହିଳା ମୋ ପାଇଁ ଖୋଜିଦେଇଥିଲା। ଡେଟ୍‌ବେଳେ ମୁଁ କରିନାଙ୍କୁ ପ୍ରପ୍ରୋଜ କରିଥିଲି ଆଉ ସେ ରାଜି ହୋଇଥିଲେ ବୋଲି ଜାଡାନ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

କଟକ ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା, ଏହି ଦିନ ହେବ ମ୍ୟାଚ୍

କଟକ,୨୬ା୩: ବିସିସିଆଇ ୨୦୨୬-୨୭ ଘରୋଇ ସିଜିନ୍ ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ଘୋଷଣା କରିଛି। ଏହି ସିଜିନ୍ ମଧ୍ୟରେ, ଭାରତୀୟ ଦଳ ମୋଟ ୨୨ଟି ମ୍ୟାଚ୍ ଖେଳିବ,…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଏହିସବୁ ବ୍ୟକ୍ତିଙ୍କୁ ମିଳିବ ମାଗଣା ରେଳ ସେବା: ରେଳ ବିଭାଗର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୩: ପ୍ରତିରକ୍ଷା ସାହସିକତା ପୁରସ୍କାର ବିଜେତା ଓ ପରିବାରଙ୍କ ପାଇଁ ଖୁସିଖବର। ରେଳ ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ଘୋଷଣା କରାଯାଇଛି। ସାହସିକତା ପୁରସ୍କାର ପ୍ରାପ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri