ବିସ୍ଫୋରଣରେ ରୁଷିଆ ଜେନେରାଲ ନିହତ

ମସ୍କୋ,୧୮ା୧୨:ବୋମା ବିସ୍ଫୋରଣରେ ରୁଷିଆର ବରିଷ୍ଠ ଜେନେରାଲ ଇଗୋର କିରିଲୋଭ୍‌ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଛି। ମସ୍କୋସ୍ଥିତ ତାଙ୍କ ଆପାର୍ଟମେଣ୍ଟ ବିଲ୍ଡିଂ ବାହାରେ ଏକ ସ୍କୁଟରରେ ଲୁଚାଇ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା। ରୁଷିଆ ସେନାର ଆଣବିକ, ଜୈବ ଏବଂ ରାସାୟନିକ ସୁରକ୍ଷା ବଳର ମୁଖ୍ୟ ଥିବା ଲ୍ୟୁଟ୍‌ନାଣ୍ଟ ଜେନେରାଲ କିରିଲୋଭ୍‌ଙ୍କ ବିରୋଧରେ ୟୁକ୍ରେନ୍‌ର ସୁରକ୍ଷା ସେବା ବିଭାଗ ଆପରାଧିକ ଅଭିଯୋଗ ଆଣିବାର ଦିନକ ପରେ ବିସ୍ଫୋରଣରେ ସେ ନିହତ ହୋଇଛନ୍ତି। ସିକ୍ରେଟ୍‌ ସର୍ଭିସ୍‌ ଏହି ଆକ୍ରମଣ କରାଇଥିବା ୟୁକ୍ରେନ୍‌ର ଜଣେ ଅଧିକାରୀ କହିଛନ୍ତି। କିରିଲୋଭ୍‌ଙ୍କ ସହାୟକ ମଧ୍ୟ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି।
ୟୁକ୍ରେନ୍‌ ବିରୋଧୀ ଯୁଦ୍ଧରେ ୫୪ ବର୍ଷୀୟ କିରିଲୋଭ୍‌ଙ୍କ କାର୍ଯ୍ୟ ପାଇଁ ବ୍ରିଟେନ୍‌, କାନାଡା ସମେତ ଅନେକ ଦେଶ ତାଙ୍କ ବିରୋଧରେ କଟକଣା ଲଗାଇଥିଲେ। ସେ ଯୁଦ୍ଧରେ ବେଆଇନ ରାସାୟନିକ ଅସ୍ତ୍ର ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗରେ ସୋମବାର ୟୁକ୍ରେନ୍‌ ସିକ୍ୟୁରିଟି ସେବା (ଏସ୍‌ବିୟୁ) ତାଙ୍କ ବିରୋଧରେ ଆପରାଧିକ ମାମଲାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କୁ ଯୁଦ୍ଧ ଅପରାଧୀ ଭାବେ ଅଭିଯୁକ୍ତ କରାଯାଇଛି। ୨୦୨୨ ଫେବୃଆରୀରୁ ରୁଷିଆ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଚଳାଇଥିବାବେଳେ ୪,୮୦୦ରୁ ଅଧିକ ଥର ରାସାୟନିକ ଅସ୍ତ୍ର ବ୍ୟବହାର କରିଥିବା ଏସ୍‌ବିୟୁ ରେକର୍ଡ କରିଛି। ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରଥମ ଥର ବ୍ୟବହୃତ ହୋଇଥିବା ବିଷାକ୍ତ ଗ୍ୟାସ୍‌ କ୍ଲୋରୋପିକ୍ରିନ୍‌କୁ ରୁଷିଆ ୟୁକ୍ରେନ୍‌ ସୈନ୍ୟଙ୍କ ବିରୋଧରେ ବ୍ୟବହାର କରିଥିବା ଗତ ମେ’ରେ ଆମେରିକା ପରରାଷ୍ଟ୍ର ବିଭାଗ କହିଥିଲା। ତେବେ ମସ୍କୋ ଅଭିଯୋଗକୁ ଖଣ୍ଡନ କରିବା ସହ କିଭ୍‌ ଯୁଦ୍ଧରେ ବିଷାକ୍ତ ସାମଗ୍ରୀ
ବ୍ୟବହାର କରୁଥିବା କହିଛି। ୨୦୧୭ରେ କିରିଲୋଭ୍‌ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅଭିଯୁକ୍ତ ହେବାରେ ସେ ଜଣେ ସର୍ବୋଚ୍ଚ ହାଇପ୍ରୋଫାଇଲ୍‌ ଅଫିସର। ମଙ୍ଗଳବାର ସେ ବାସଭବନରୁ ବାହାରୁଥିବାବେଳେ ସ୍କୁଟରରେ ପୂର୍ବରୁ ଖଞ୍ଜାଯାଇଥିବା ବୋମାକୁ ରିମୋଟ୍‌ ସହାୟତାରେ ବିସ୍ଫୋରଣ କରାଯାଇଥିଲା। ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରି ରୁଷିଆର ଶୀର୍ଷ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଛି। ଆକ୍ରମଣ ପାଇଁ ୟୁକ୍ରେନ୍‌କୁ ଦଣ୍ଡ ମିଳିବ ବୋଲି ମସ୍କୋରେ ଜଣେ ଅଧିକାରୀ କହିଛନ୍ତି। ୟୁକ୍ରେନ୍‌ ଏହାର ସାମରିକ ବିଫଳତାରୁ ଲୋକଙ୍କ ଦୃଷ୍ଟି ଏଡ଼ାଇବା ପାଇଁ ଏଭଳି ଆକ୍ରମଣ କରିଥିବା ରୁଷିଆ ସୁରକ୍ଷା ପରିଷଦର ଉପମୁଖ୍ୟ ଡିମିଟ୍ରି ମେଡ୍‌ଭେଡେଭ୍‌ କହିଛନ୍ତି। ରୁଷିଆ ଆକ୍ରମଣ କରିବା ଦିନଠାରୁ ଏହାର ବହୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ୟୁକ୍ରେନ୍‌ ଟାର୍ଗେଟ କରି ଆକ୍ରମଣ କରିଛି। କ୍ରେମ୍‌ଲିନ୍‌ ସହ ଜଡ଼ିତ ରାଷ୍ଟ୍ରବାଦୀ ବିଚାରଧାରାର ବ୍ୟକ୍ତିତ୍ୱ ଆଲେକଜାଣ୍ଡାର ଡୁଗିନ୍‌ଙ୍କୁ ଟାର୍ଗେଟ କରି ୨୦୨୨ରେ କାର୍‌ ବିସ୍ଫୋରଣ କରାଯାଇଥିବାବେଳେ ଏଥିରେ ତାଙ୍କ ଝିଅ ତଥା ରୁଷିଆ ଟିଭି ଚ୍ୟାନେଲ ଉପସ୍ଥାପିକା ଦର଼୍ୟା ଡୁଗିନ୍‌ଙ୍କର ମୃତ୍ୟୁ ଘଟିଥିଲା। ୨୦୨୩ ଏପ୍ରିଲରେ ଲୋକପ୍ରିୟ ସାମରିକ ବ୍ଲଗର ଭ୍ଲାଡଲେନ୍‌ ଟାଟାରକ୍ସି ବିସ୍ଫୋରଣରେ ନିହତ ହୋଇଥିଲେ। ରୁଷିଆ ପଳାଇଥିବା ମସ୍କୋ ସପକ୍ଷବାଦୀ ପୂର୍ବତନ ୟୁକ୍ରେନ୍‌ ଆଇନ ପ୍ରଣେତା ଇଲିଆ କିଭାଙ୍କୁ ୨୦୨୩ ଡିସେମ୍ବରରେ ଗୁଳିକରି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri