ଅଲିଭ୍‌ ରିଡ୍‌ଲେଙ୍କୁ ବାଉଁଶ ଟାଓ୍ବାର ବିପଦ

ମହାକାଳପଡ଼ା,୧୮ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ପାଇଁ ସାମୁଦ୍ରିକ ଅଭୟାରଣ୍ୟକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ୨୦୨୪ ନଭେମ୍ବର ୧ରୁ ୨୦୨୫ ମେ ୩୧ ପର୍ଯ୍ୟନ୍ତ ୭ ମାସ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ମାଛ ଧରିବାକୁ ଟ୍ରଲର, ଡଙ୍ଗା ଓ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ହେଲେ ବ୍ଲକର ତନ୍ତିଆପାଳ, ରଟପଙ୍କ, ଶାସନପେଟା, ନରସିଂହପୁର ଓ ସୁନିତି ଗଁାର କେତେଜଣ ମତ୍ସ୍ୟଜୀବୀ ଓ ଗହୀରମଥା ରେଞ୍ଜ କାର୍ଯ୍ୟାଳୟରେ ଥିବା ଅସ୍ଥାୟୀ କର୍ମଚାରୀଙ୍କ ଘରେ ୨୦ରୁ ଊର୍ଦ୍ଧ୍ୱ ବାଉଁଶରେ ବେତାର ଯନ୍ତ୍ର ଖଞ୍ଜି ସେଥିରୁ ବାହାରକୁ ଗୁପ୍ତରେ ତଥ୍ୟ ଓ ବାର୍ତ୍ତା ପହଞ୍ଚାଯାଉଛି। ଟାଓ୍ବାର ଭାବେ ବ୍ୟବହୃତ ଏହି ଉଚ୍ଚ କ୍ଷମତାସମ୍ପନ୍ନ ଯନ୍ତ୍ର ଜରିଆରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଭୌଗୋଳିକ ଅବସ୍ଥିତିର ଟିକିନିଖି ଖବର ବାହାର ଅଞ୍ଚଳ ଟ୍ରଲରର ମତ୍ସ୍ୟଜୀବୀଙ୍କୁ ଜଣାଇ ଦିଆଯାଉଛି। ସେହିପରି ଟାୱାର ନିର୍ମାଣଠାରୁ ତନ୍ତିଆପାଳ ସାମୁଦ୍ରିକ ଥାନା ୧ କି.ମି. ଦୂରରେ ରହିଛି। ଏଥିରେ ପୋଲିସର ନୀରବତା ସନ୍ଦେହ ସୃଷ୍ଟି କରିଛି। ଏ ସମ୍ପର୍କରେ ଗୋଇନ୍ଦା ବିଭାଗ ପାଖରେ ମଧ୍ୟ କୌଣସି ସୂଚନା ନ ଥିବାରୁ ରାଜ୍ୟ ଓ ଦେଶ ପାଇଁ ବିପଦ ସୃଷ୍ଟି ହୋଇଛି। ଏହାକୁ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଛି।
ସୂଚନାଯୋଗ୍ୟ, ଉପରୋକ୍ତ ୫ଟି ଗଁାର ପରିବାରର ୫୦୦ ମତ୍ସ୍ୟଜୀବୀ ବାଲେଶ୍ୱର, ଭଦ୍ରକ, ଦୀଘା, ପଶ୍ଚିମବଙ୍ଗ ଅଞ୍ଚଳ ଟ୍ରଲରରେ କାମ କରୁଛନ୍ତି। ନିଷିଦ୍ଧାଞ୍ଚଳ ମଧ୍ୟରେ କୌଣସି ଟ୍ରଲର ମାଛ ଧରୁଥିବା ସୂଚନା ପାଇ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ସମୁଦ୍ରକୁ ଯିବାବେଳକୁ ଏମାନେ ଉକ୍ତ ଟ୍ରଲରକୁ ଆଗୁଆ ସୂଚନା ଦେଇଦେଉଛନ୍ତି। ଫଳରେ ବନ ବିଭାଗର ପାଟ୍ରୋଲିଂ ଟିମ୍‌ ସମୁଦ୍ରରେ ପହଞ୍ଚତ୍ବାବେଳକୁ ଟ୍ରଲରଗୁଡ଼ିକ ନିଷିଦ୍ଧାଞ୍ଚଳ ଛାଡ଼ି ବାହାରକୁ ଚାଲି ଯାଉଛନ୍ତି। ସେମାନେ ନିରାଶ ହୋଇ ଫେରୁଛନ୍ତି। ଏହି ଟ୍ରଲର ମାଡ଼ ଓ ଗାଞ୍ଜ ଜାଲରେ ଫସି ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଜୀବନ ଯାଉଛି। ଗତ ସପ୍ତାହରେ ଗହୀରମଥା ଅଭୟାରଣ୍ୟ ଅଞ୍ଚଳର ଲଞ୍ଚ୍‌ଖୋଲା ସମୁଦ୍ର ବେଳାଭୂମିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତଦେହ ଲାଗିଥିଲା। ଏହି କାର୍ଯ୍ୟରେ ଟାଓ୍ବାର କରିଥିବା ଅସ୍ଥାୟୀ ବନ କର୍ମଚାରୀ ଓ ମତ୍ସ୍ୟଜୀବୀଙ୍କ ପରିବାର ଲୋକ ସହଯୋଗ କରୁଥିବା ସୋମବାର ବନ ବିଭାଗ ପକ୍ଷରୁ ହୋଇଥିବା କଇଁଛ ସୁରକ୍ଷା ସଚେତନତା ଶିବିରରେ ପାରମ୍ପରିକ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଥିଲେ।
ପୂର୍ବରୁ ମଧ୍ୟ ଏଠାରେ ବାଂଲାଦେଶୀମାନେ ଜମ୍ବୁ ଓ କଳତୁଙ୍ଗାଠାରେ ନକଲି ରେଡିଓ ଷ୍ଟେଶନ, ପିତାପାଟରେ ନକଲି ଟଙ୍କା ଛପାଯିବା, ୨୦୦୪-୦୫ ମସିହାରେ ସ୍କୁଲ ଘେରିଠାରେ ନିଶାଦ୍ରବ୍ୟ ବ୍ୟବସାୟୀ ସହ ବନ୍ଧୁକ, ଚରସ୍‌, କୋକେନ୍‌ ଆଦି ସିଧା ବାଂଲାଦେଶରୁ ଅଣାଯାଇ ଏହି ଅଞ୍ଚଳରେ ବେଆଇନ କାରବାର ଚାଲିଥିଲା। ଏ ସମ୍ପର୍କରେ ପରିବେଶବିତ୍‌ ସମରେନ୍ଦ୍ର ମାହାଳି କହିଛନ୍ତି, ଗହୀରମଥା ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ଭାବେ ଟାୱାର ନିର୍ମାଣ ହେବା ଦ୍ୱାରା ସାମୁଦ୍ରିକ ଅଭୟାରଣ୍ୟ ପାଇଁ ବିପଦ ସୃଷ୍ଟି କରିଛି। ତୁରନ୍ତ ଜିଲା ପ୍ରଶାସନ ପଦକ୍ଷେପ ନେଉ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପଚାରିବାରେ ଏହା ଏକ ଗୁରୁତର ସମ୍ବେଦନଶୀଳ ଘଟଣା। ଏସ୍‌ପି ଏବଂ ଡିଏଫ୍‌ଓଙ୍କ ସହ କଥା ହୋଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ଏସ୍‌ପିଙ୍କୁ ଜଣାଇଛି ବୋଲି ସେ କହିଛନ୍ତି। ଏ ନେଇ ତନ୍ତିଆପାଳ ସାମୁଦ୍ରିକ ଥାନା ସବ୍‌ଇନ୍ସପେକ୍ଟର ଲକ୍ଷ୍ମଣ ମିଶ୍ରଙ୍କୁ ପଚାରିବାରେ ଆମ ପାଖକୁ ଏ ନେଇ ଉପରୁ କୌଣସି ସୂଚନା ଆସିନାହିଁ। ଯଦି ଆସେ, ତେବେ ତଦନ୍ତ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍‌ କନ୍‌କ୍ଲେଭ୍‌’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା

ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍‌ ସ୍ତରୀୟ ୟୁଥ୍‌ କନ୍‌କ୍ଲେଭ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?