ଖେରସନ୍‌ ସହରକୁ ଦଖଲ କଲା ରୁଷିଆ

କ୍ୱିଭ,୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ବୁଧବାର ହେଉଛି ସପ୍ତମ ଦିନ। ରୁଷିଆ ସେନା ଲଗାତର ଭାବେ ୟୁକ୍ରେନର ରାଜଧାନୀ କ୍ୱିଭରେ ବୋମାମାଡ଼ କରି କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ଏତଦ୍‌ ବ୍ୟତୀତ ବୁଧବାର ରୁଷିଆର ସେନା ଖେରସନ ସହରକୁ ଦଖଲ କରିଥିବା ଜଣାପଡ଼ିଛି। ଏହାପରେ ସୈନିକମାନେ ଖାର୍କ୍ୱିଭ ସହରକୁ ପଶିଥିବା ସୂଚନା ରହିଛି। ଅନ୍ୟପଟେ ବୁଧବାର ୟୁକ୍ରେନ ଓ ରୁଷିଆ ମଧ୍ୟରେ ଦ୍ୱିତୀୟ ରାଉଣ୍ଡ ବୈଠକ ଅନୁଷ୍ଠିତ ହେବ। ଏଥିରେ କିଛି ସମାଧାନ ବାହାରିପାରେ ବୋଲି ଆଶା କରାଯାଉଛି। ଯାହା ଯୁଦ୍ଧକୁ ବନ୍ଦ କରିବାରେ ସଫଳ ହେବ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ସକାଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ନିଜ ଅଭିଭାଷଣରେ କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରି ପୁଟିନ୍‌ ଏକ ବଡ଼ ଭୁଲ କରିଛନ୍ତି। ସୂଚନା ମୁତାବକ ଏହି ଯୁଦ୍ଧ ମଧ୍ୟରେ ଏପର୍ଯ୍ୟନ୍ତ ୭ଲକ୍ଷ ଲୋକ ୟୁକ୍ରେନ ଛାଡିସାରିଲେଣି।

Share