ପୁଟିନଙ୍କ କୋର ଟିମରେ ସାମିଲ ଥିବା ଫିମେଲ ଡିଫେନ୍ସ ଅଫିସରଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ, ୧୬ ମହଲାରୁ ଦିଆଯାଇଛି ଧକ୍କା

ମସ୍କୋ,୧୯ ।୨: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୨୪ ଫେବୃୟାରୀରେ ୧ ବର୍ଷ ପୁରଣ ହେବାକୁ ଯାଉଛି । ଦୁଇ ଦେଶର ଏହି ଲଢେଇ ମଧ୍ୟରେ ଲକ୍ଷ ଲକ୍ଷ ଜୀବନ ଯାଇ ସାରିଲାଣି । ଏହାସହ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ମଧ୍ୟ କରାଯାଇଛି । ଏହା ବ୍ୟତୀତ ଏହି ଯୁଦ୍ଧ ଫଳରେ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ବି ଖୁବ୍ ପ୍ରଭାବ ପଡିଲାଣି । ଏହାରି ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କୋର ଟିମରେ ସାମିଲ ଥିବା ଜଣେ ଫିମେଲ ଅଫିସରଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କୁ ୧୬ ମହଲାରୁ ପଛରୁ ଧକ୍କା ଦେଇ ମାରି ଦିଆଯାଇଥିବା କୁହାଯାଉଛି ।

ମୃତ ଅଫିସରଙ୍କ ନାମ ମରିନା ୟାଂକିନା । ତାଙ୍କ ବୟସ ୫୮ ବର୍ଷ । ଫୁଟିନଙ୍କ ନିକଟତମ ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ ମରିନା । ମରିନାଙ୍କ ପୂର୍ବରୁ ମଧ୍ୟ ରୁଷିଆର ଆଉ କେତେଜଣ ଅଧିକାରୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି । ମରିନା ୟାଂକିନାଙ୍କ ମୃତ ଶରୀର ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଜମସିନା ଷ୍ଟ୍ରିଟରେ ପଡିଥିଲା, ଯାହାକୁ ସେହିବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ମିଳିଥିଲା କି ମରିନାଙ୍କ ମୃତ୍ୟୁ ୫୦ ମିଟର ଉଚ୍ଚତାରୁ ପଡିଯିବାରୁ ହୋଇଛି । ସେ ୟୁକ୍ରେନରେ ରାଷ୍ଟ୍ରପତି ପୁଟିନଙ୍କ ଯୁଦ୍ଧର ଅର୍ଥବ୍ୟବସ୍ଥାର ଜଣେ ମୁଖ୍ୟ ଥିଲେ । ଏହା ବ୍ୟତୀତ ମରିନା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଫାଇନାନସିୟାଲ ଡିପାର୍ଟମେଣ୍ଟର ମୁଖ୍ୟ ଥିଲେ । ଏଥିରୁ ଅନୁମାନ କରାଯାଉଛି କି ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧରେ ପୁଟିନଙ୍କ ପଣ୍ଡିଂର ମୁଖ୍ୟ ଭାବେ କାମ କରୁଥିଲେ । ରୁଷିଆର ଯାଞ୍ଚ ଏଜେନ୍ସି ମରିନାଙ୍କ ମୃତ୍ୟୁ ସ୍ପଷ୍ଟ କରିଛି ଓ ତାଙ୍କ ମୃତ୍ୟୁର ଯାଞ୍ଚ ଆରମ୍ଭ କରିଛି ।

Share