ପୁଟିନଙ୍କ କୋର ଟିମରେ ସାମିଲ ଥିବା ଫିମେଲ ଡିଫେନ୍ସ ଅଫିସରଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ, ୧୬ ମହଲାରୁ ଦିଆଯାଇଛି ଧକ୍କା

ମସ୍କୋ,୧୯ ।୨: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୨୪ ଫେବୃୟାରୀରେ ୧ ବର୍ଷ ପୁରଣ ହେବାକୁ ଯାଉଛି । ଦୁଇ ଦେଶର ଏହି ଲଢେଇ ମଧ୍ୟରେ ଲକ୍ଷ ଲକ୍ଷ ଜୀବନ ଯାଇ ସାରିଲାଣି । ଏହାସହ ଲକ୍ଷ ଲକ୍ଷ ଲୋକଙ୍କୁ ବିସ୍ଥାପିତ ମଧ୍ୟ କରାଯାଇଛି । ଏହା ବ୍ୟତୀତ ଏହି ଯୁଦ୍ଧ ଫଳରେ ସାରା ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ ବି ଖୁବ୍ ପ୍ରଭାବ ପଡିଲାଣି । ଏହାରି ଭିତରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ କୋର ଟିମରେ ସାମିଲ ଥିବା ଜଣେ ଫିମେଲ ଅଫିସରଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କୁ ୧୬ ମହଲାରୁ ପଛରୁ ଧକ୍କା ଦେଇ ମାରି ଦିଆଯାଇଥିବା କୁହାଯାଉଛି ।

ମୃତ ଅଫିସରଙ୍କ ନାମ ମରିନା ୟାଂକିନା । ତାଙ୍କ ବୟସ ୫୮ ବର୍ଷ । ଫୁଟିନଙ୍କ ନିକଟତମ ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ ମରିନା । ମରିନାଙ୍କ ପୂର୍ବରୁ ମଧ୍ୟ ରୁଷିଆର ଆଉ କେତେଜଣ ଅଧିକାରୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଛି । ମରିନା ୟାଂକିନାଙ୍କ ମୃତ ଶରୀର ରୁଷିଆର ସେଣ୍ଟ ପିଟର୍ସବର୍ଗରେ ଜମସିନା ଷ୍ଟ୍ରିଟରେ ପଡିଥିଲା, ଯାହାକୁ ସେହିବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ମିଳିଥିଲା କି ମରିନାଙ୍କ ମୃତ୍ୟୁ ୫୦ ମିଟର ଉଚ୍ଚତାରୁ ପଡିଯିବାରୁ ହୋଇଛି । ସେ ୟୁକ୍ରେନରେ ରାଷ୍ଟ୍ରପତି ପୁଟିନଙ୍କ ଯୁଦ୍ଧର ଅର୍ଥବ୍ୟବସ୍ଥାର ଜଣେ ମୁଖ୍ୟ ଥିଲେ । ଏହା ବ୍ୟତୀତ ମରିନା ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ଫାଇନାନସିୟାଲ ଡିପାର୍ଟମେଣ୍ଟର ମୁଖ୍ୟ ଥିଲେ । ଏଥିରୁ ଅନୁମାନ କରାଯାଉଛି କି ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧରେ ପୁଟିନଙ୍କ ପଣ୍ଡିଂର ମୁଖ୍ୟ ଭାବେ କାମ କରୁଥିଲେ । ରୁଷିଆର ଯାଞ୍ଚ ଏଜେନ୍ସି ମରିନାଙ୍କ ମୃତ୍ୟୁ ସ୍ପଷ୍ଟ କରିଛି ଓ ତାଙ୍କ ମୃତ୍ୟୁର ଯାଞ୍ଚ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସଲୱାର୍‌ ଖୋଲିବାକୁ ଚେଷ୍ଟା କରିବା ବଳାତ୍କାର ଉଦ୍ୟମ ନୁହେଁ? ପାଟନା ହାଇକୋର୍ଟଙ୍କ ରାୟରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ; ପ୍ରଧାନ ବିଚାରପତି କହିଲେ…

ନୂଆଦିଲ୍ଲୀ,୨୩।୯: ପାଟନା ହାଇକୋର୍ଟଙ୍କ ଏକ ରାୟକୁ ନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ ରାୟରେ କୁହାଯାଇଥିଲା ଯେ ଜଣେ ମହିଳାଙ୍କ ‘ସଲୱାର’ ଖୋଲିବାକୁ ଚେଷ୍ଟା କରିବା…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?