ପୁଟିନ୍‌ଙ୍କ ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲେ ରୁଷିଆ ବ୍ୟବସାୟୀ…

ମସ୍କୋ,୩।୩ : ୟୁକ୍ରେନ ଉପରେ ଆକ୍ରମଣ ନେଇ ଜଣେ ରୁଷିଆ ବ୍ୟବସାୟୀ ଏତେ ରାଗିଛନ୍ତି ଯେ ସେ ନିଜ ଦେଶର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଗିରଫ କିମ୍ବା ହତ୍ୟା କରିବା ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେ ସାମରିକ ଅଧିକାରୀଙ୍କୁ ଏହି ଖୋଲା ଅଫର ଦେଇଛନ୍ତି।

ବ୍ୟବସାୟୀ ତଥା ପୂର୍ବତନ ବ୍ୟାଙ୍କର ଆଲେକ୍ସ କନିଆଖିନ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। କୋନିଆଖିନ ଏବେ ଆମେରିକାରେ ଅଛନ୍ତି। ପାଶ୍ଚାତ୍ୟ ଦେଶଗୁଡିକର ସରକାର ଏବଂ କମ୍ପାନୀଗୁଡିକ ରୁଷିଆ ଆକ୍ରୋଶର ଜବାବ ଦେଇ ପୁଟିନଙ୍କୁ ଆର୍ଥିକ ଦଣ୍ଡ ଦେବାକୁ ଚାହୁଁଛନ୍ତି। ବର୍ତ୍ତମାନ କୋନିଆଖିନଙ୍କ ଏହି ପ୍ରସ୍ତାବ ଏହି ବିରୋଧକୁ ତୀବ୍ର କରିଛି । ଏବେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି।

ଫେସବୁକ ପୋଷ୍ଟରେ କନିଆଖିନ କହିଛନ୍ତି ଯେ ରୁଷିଆ ଏବଂ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ଭାବରେ ଗିରଫ କଲେ ଘୋଷଣା କରାଯାଇଥିବା ପୁରସ୍କାର ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Share