ଭାରତରେ ବ୍ୟବସାୟ କରିପାରେ ରୁଷୀୟ ବ୍ୟାଙ୍କ

ନୂଆଦିଲ୍ଲୀ,୨୧ା୯: ଭାରତୀୟ ମୁଦ୍ରା ରୁପି (ଟଙ୍କା) ଏବଂ ରୁଷିଆ ମୁଦ୍ରା ରୁବଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଖୁବ୍‌ଶୀଘ୍ର ଆଶାୟୀ ବ୍ୟାଙ୍କଗୁଡିକୁ ମଞ୍ଜୁରୀ ଦେଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶେଷକରି ଏକ ଜାତୀୟ ଗଣମାଧ୍ୟମର ରିର୍ପୋଟ ଅନୁସାରେ ବର୍ତ୍ତମାନ ସମୟରେ ୬ରୁ ଅଧିକ ରୁଷୀୟ ବ୍ୟାଙ୍କର ବାଣିଜି୍ୟକ କାରବାର ଏବଂ ନିୟମାବଳୀ ଉପରେ ଅର୍ଥ ମନ୍ତ୍ରଣାଳୟ ଏବଂ ଆର୍‌ବିଆଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି। ଏପରିକି ଭାରତରେ ବ୍ୟବସାୟ ପାଇଁ ଆଶାୟୀ ରୁଷୀୟ ବ୍ୟାଙ୍କଗୁଡିକ ମଧ୍ୟ ଆର୍‌ବିଆଇ ସହ ବୁଝାମଣାପତ୍ର ସ୍ବାକ୍ଷର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ଉଭୟ ଦେଶର ଆର୍ଥିକ କାରବାର ବୃଦ୍ଧି ସହ ଦ୍ୱିିପାକ୍ଷିକ ବାଣିଜି୍ୟକ ସମ୍ପର୍କ ଉପରେ ମଧ୍ୟ ଆର୍‌ବିଆଇ ଚୂଡାନ୍ତ ମଞ୍ଜୁରୀ ଦେବାକୁ ଯୋଜନା କରୁଥିବା ଜଣାପଡିଛି। ସେହିପରି ଉଭୟ ଦେଶର ସମ୍ପର୍କ ବୃଦ୍ଧି ସାଙ୍ଗକୁ ବ୍ୟାଙ୍କିଙ୍ଗ୍‌ ବ୍ୟବସାୟ ପାଇଁ ଆସନ୍ତା ସପ୍ତାହରୁ ଚୁକ୍ତିନାମା ସମ୍ପର୍କିତ କାର୍ଯ୍ୟ ଉପରେ ମଞ୍ଜୁରୀ ମିଳିବା ଆରମ୍ଭ ହୋଇପାରେ ବୋଲି ଉକ୍ତ ରିର୍ପୋଟରେ କୁହାଯାଇଛି। ରିପୋର୍ଟ ଅନୁସାରେ ରୁପି – ରୁବଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ନେଇ ରଷିଆନ ବ୍ୟାଙ୍କଗୁଡିକ ଶୀଘ୍ର ମଞ୍ଜୁରୀ ପାଇଁ ଚାହିଁ ରହିଥିବା ଜଣାପଡିଛି। ଏପରିକି ପୂଜା ପର୍ବରୁ ଆବଶ୍ୟକ ମଞ୍ଜୁରୀ ମଧ୍ୟ ମିଳିପାରେ ବୋଲି ଆକଳନ କରାଯାଇଛି। ରଷିଆନ ବ୍ୟାଙ୍କଗୁଡିକର ସୂଚୀ ବିଚାର ପାଇଁ ଆର୍‌ବିଆଇ ନିକଟକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶାବଳୀ ଓ ସୂଚନା ମଧ୍ୟ ପଠାଯାଇଛି। ଉକ୍ତ ସୂଚୀରେ ପିଏସ୍‌ସିବି ମଧ୍ୟ ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ପିଏସ୍‌ସିବି ଉପରେ ପାଶ୍ଚାତ୍ୟ ରାଷ୍ଟ୍ର ପ୍ରତିବନ୍ଧକ ଲାଗୁ କରିନାହାନ୍ତି। ଉକ୍ତ ରିପୋର୍ଟ ଅନୁସାରେ ଏହି କାରଣରୁ ପିଏସ୍‌ସିବି ୟେସ୍‌ ବ୍ୟାଙ୍କରେ ନିଜର ରୁପି ଆକାଉଣ୍ଟ ଖୋଲିଛି। ଅପରପକ୍ଷରେ ଭିଇବି, ଭିଟିବି, ଏସ୍‌ବେର ବ୍ୟାଙ୍କ ଭଳି ବ୍ୟାଙ୍କିଙ୍ଗ୍‌ ସଂସ୍ଥା ମଧ୍ୟ ଖୁବ୍‌ଶୀଘ୍ର ଭାରତୀୟ ବ୍ୟାଙ୍କ ସହ ଚୁକ୍ତି କରିପାରନ୍ତି ବୋଲି ସୂଚନା ମିଳିଛି। ସେହିପରି ଉକ୍ତ ରଷିଆନ ବ୍ୟାଙ୍କଗୁଡିକ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟକୁ ନିଜର ପ୍ରୋଫାଇଲ ଏବଂ ଆବଶ୍ୟକ ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ପଠାଇଥିଲେ। ସୂଚନାଯୋଗ୍ୟ, ଏହି ବ୍ୟବସାୟ ପାଇଁ ଭାରତୀୟ ବ୍ୟାଙ୍କଗୁଡିକ ମଧ୍ୟରେ ଏସ୍‌ବିଆଇ, କାନାରା ବ୍ୟାଙ୍କ, ୟୁକୋ ବ୍ୟାଙ୍କ ସହ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ସାମିଲ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri