ୟୁକ୍ରେନର ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟକୁ କବଜା କଲା ରୁଷିଆ!

କ୍ୱିଭ୍‌,୨୫ ।୨: ରୁଷିଆ ସମ୍ପୂର୍ଣ୍ଣ ଭାବେ ଆକ୍ରମଣ ଢଙ୍ଗରେ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରୁଷିଆ ମିଶାଇଲ ଆକ୍ରମଣ କରିଥିବା ବେଳେ ଏଥିରେ ସେନାଙ୍କ ସମେତ ପ୍ରଥମ ଦିନରେ ପାଖାପାଖି ୧୩୭ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କରିଛନ୍ତି କି ରୁଷିଆ କେବଳ ୟୁକ୍ରେନର ସେନା ଶିବିର ଉପରେ ଆକ୍ରମଣ କରିଛି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି କି ରୁଷିଆ ଚେର୍ନୋବିଲରେ ଥିବା ନ୍ୟୁକ୍ଲିୟର ପ୍ଲାଣ୍ଟକୁ କବଜା କରି ସାରିଛି । ଏବେ ଏଥିରୁ ରେଡିଏଶନର ଭୟ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ, ୧୯୮୬ରେ ଏହି ନ୍ୟୁକ୍ଲିୟର ପ୍ଲାଣ୍ଟରେ ବଡ ଧରଣର ଦୁର୍ଘଟଣା ହୋଇଥିଲା । ଏବେ ଏହା ପରମାଣୁ ବର୍ଜ୍ୟବସ୍ତୁର ଷ୍ଟୋରେଜ ସେଣ୍ଟର ହୋଇଥିବା ବେଳେ ଏଠାରେ ଟନ ଟନ ପରିମାଣର ପରମାଣୁ ଇନ୍ଧନ ଗଚ୍ଛିତ ହୋଇ ରହିଛି ।

Share