ୟୁକ୍ରେନକୁ ସବୁ ପଟରୁ ଆକ୍ରମଣ କରିବ ରୁଷିଆ ସେନା: ପୁଟିନଙ୍କ ନିର୍ଦ୍ଦେଶ

ମସ୍କୋ,୨୭ ।୨: ୟୁକ୍ରେନର ରାଜଧାନୀ କ୍ୱିଭ ପାଇଁ ରବିବାର ରାତି ଏକ ଐତିହାସିକ ରାତି ହୋଇପାରେ । ରୁଷିଆ ସେନାଙ୍କ ପକ୍ଷରୁ ୟୁକ୍ରେନ୍ ଉପରେ ସମସ୍ତ ଶକ୍ତି ଲଗାଇ ଲଢୁ ନ ଥିବା ରୁଷିଆ ସେନା ଏଥର ତା’ର ସମସ୍ତ ଶକ୍ତି ଲଗାଇ ଦେବ । କାରଣ ରୁଷିଆ ସେନାଙ୍କୁ ସୁପ୍ରିମ କମାଣ୍ଡରଙ୍କ ପକ୍ଷରୁ ୟୁକ୍ରେନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ନିର୍ଦ୍ଦେଶ ମିଳିଛି । ଦିନେ ନାଜି ଜର୍ମାନୀକୁ ନାକ ତଳେ ଦବାଇ ଦେଇଥିବା ରୁଷିଆ ସେନା ଏବେ ଆକ୍ରମଣାତ୍ମକ ଭୂମିକାରେ ରହିଛନ୍ତିି । ଏବେ ସେମାନଙ୍କ ସାମ୍ନାରେ ଅତିତରେ ରୁଷିଆର ଅଂଶ ଥିବା ୟୁକ୍ରେନ । ଦୁଇ ଦେଶ ଅତିତରେ ସୁପର ପାୱାର ଥିବା ସୋଭିଏତ ରୁଷର ବି ଅଂଶ ଥିଲେ । ହେଲେ ଏମାନଙ୍କ ଅତିତ ଏବେ ଅତିତ ହୋଇଯାଇଥିବା ବେଳେ ବର୍ତ୍ତମାନ ୟୁକ୍ରେନ ଧ୍ୱଂସ ଆଡକୁ ଗତି କରୁଛି ତ ଅନ୍ୟପଟେ ରୁଷିଆ ତା’ର ଶକ୍ତି ଦେଖାଇ ଚାଲିଛି ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆ ସେନାଙ୍କୁ ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନାକୁ ଆଖି ଆଗରେ ରଖି ଗୋଟିଏ ଦିନ ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ସାମାନ୍ୟ କମ୍ କରାଯାଇଥବା ବେଳେ ଏବେ କିନ୍ତୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ରୁଷିଆ ସେନା ୟୁକେନକୁ ଚାରିପଟୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଗଲେଣି । କାରଣ ରୁଷିଆ ନିକଟରେ ଏହାର କୌଣସି ବିକଳ୍ପ ନାହିଁ । କାରଣ ଗୋଟିଏ ପଟେ ୟୁକ୍ରେନ ସେନା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍‌ୁତ ହେଉଥିବା ବେଳେ ୟୁକ୍ରେନକୁ ଅନ୍ତର୍ଜାତୀୟ ସହୟତା ମିଳୁଛି । ଜର୍ମାନୀ, ପୋଲାଣ୍ଡ, ଫ୍ୟାନ୍ସ ସମେତ କିଛି ୟୁରୋପୀୟ ଦେଶ ଖୋଲାଖୋଲି ଭାବେ ୟୁକ୍ରେନୁ ସପୋର୍ଟ କରୁଛନ୍ତି । ଯଦିଓ ଏମାନେ ୟୁକ୍ରେନକୁ ସେନା ପଠାଇ ନାହାନ୍ତି, ହେଲେ ଅନ୍ୟ ସବୁ ଦୃଷ୍ଟିରୁ ଏମାନେ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

Share