ଖାର୍କିଭ ଦଖଲ ଲକ୍ଷ୍ୟରେ ରୁଷିଆ, ନଷ୍ଟକଲା ଆମେରିକା-ୟୁରୋପୀୟ ଅସ୍ତ୍ର ଭଣ୍ଡାର

କ୍ୱିଭ,୮ ।୫: ମାରିଉପୋଲକୁ ନିଜ କବଜାକୁ ଆଣିବା ପରେ ଏବେ ରୁଷିଆ ସେନାଙ୍କ ଲକ୍ଷ୍ୟରେ ରହିଛି ଡୋନେସ୍କ, ଲୁହାଂନ୍ସ ଓ ଖାର୍କିଭ । ଖାର୍କିବ ଦଖଲ ଟାର୍ଗେଟରେ ଥିବା ରୁଷିଆ ସେନା ଶନିବାର ୟୁକ୍ରେନ ସେନାର ଆକ୍ରମଣକୁ ଦୁର୍ବଳ କରିବାକୁ ଉକ୍ତ ଅଞ୍ଚଳର ୩ଟି ପୋଲିକୁ ଉଡାଇ ଦେଇଥିବା ସୂଚନା ମିଳିଛି । ସେହିପରି ଖାର୍କିଭରେ ଥିବା ବୋହୋଡୁରବିନ ରେଲୱେ ଷ୍ଟେଶନ ନିକଟରେ ଥିବା ଅସ୍ତ୍ର ଭଣ୍ଡାରକୁ ବି ରୁଷିଆ ସେନା ମିଶାଇଲ ମାଡ କରି ନଷ୍ଟ କରି ଦେଇଛନ୍ତି । ଏହି ଅସ୍ତ୍ର ଭଣ୍ଡାରରେ ଆମେରିକା ଓ ୟୁରୋପ ଦ୍ୱାରା ୟୁକ୍ରେନକୁ ଦିଆଯାଇଥିବା ଅସ୍ତ୍ର ରଖାଯାଇଥିଲା ।
ଦଷିଣ ୟୁକ୍ରେନର ବନ୍ଦର ସହର ଓଡେଶା ଉପରେ ବି ଶନିବାର ରୁଷିଆ ସେନା ମିଶାଇଲ ମାଡ କରିଛି । ଏହି ଆକ୍ରମଣରେ ଏଠାରେ ଥିବା ଏକ ଫର୍ନିଚର ଫ୍ୟାକ୍ଟ୍ରି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏକ ରନୱେ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଶନିବାର ରୁଷିଆ ସେନାଙ୍କ ଦ୍ୱାରା ହୋଇଥିବା ମିଶାଇଲ ମାଡରେ ଖାର୍କିଭରେ ଥିବା ୟୁକ୍ରେନର ନ୍ୟାଶନାଲ ମ୍ୟୁଜିୟମ ନଷ୍ଟ ହୋଇ ଯାଇଛି ।

Share