ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ନିଆଁ, କ୍ୱିଭ-ମସ୍କୋ ମଧ୍ୟରେ ଶୀଘ୍ର ତୃତୀୟ ବୈଠକ

କ୍ୱିଭ,୪ ।୩: ରୁଷିଆ-ୟୁକ୍ରେନ୍ ବିବାଦ ବେଳକୁ ବେଳ ତୀବ୍ର ରୂପ ନେବାରେ ଲାଗିଛି । ରୁଷିଆର ଆକ୍ରମଣ ଫଳରେ ଶୁକ୍ରବାର ସକାଳେ ୟୁକ୍ରେନରେ ଥିବା ୟୁରୋପର ସର୍ବବୃହତ୍ତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଜପୋରିଝିଆରେ ନିଆଁ ଲାଗିଥିବା ସୂଚନା ମିଳିଛି । ଚେର୍ନୋବିଲଠାରୁ ଏହା ୧୦ ଗୁଣା ବଡ ହୋଇଥିବା ବେଳେ ଏହି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ନଷ୍ଟ ହେଲେ ବହୁ କ୍ଷୟକ୍ଷତି ଆଶଙ୍କା କରାଯାଇଛି । ଏହା ଭବିଷ୍ୟତ ପାଇଁ ବି ଅସୁବିଧା ସୃଷ୍ଟି କରିବା ଆଶଙ୍କା ରହିଛି ।
ଇତିମଧ୍ୟରେ ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ସମାଧାନ ପାଇଁ ୨ଥର କଥାବାର୍ତ୍ତା ସରିଥିବା ବେଳେ ତୃତୀୟ ବୈଠକ ଖୁବଶୀଘ୍ର ହେବ ବୋଲି ଜଣାପଡିଛି । ପୂର୍ବ କଥାବାର୍ତ୍ତାରେ ସାଧାରଣ ଜନତାଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ହ୍ୟୁମାନିଟାରିୟାନ କରିଡର ନିର୍ମାଣ କରିବା କଥାରେ ଉଭୟ ଦେଶର ସହମତି ମିଳିଛି ।

Share