ଯୁଦ୍ଧ ଶେଷ କରିବାକୁ ୟୁକ୍ରେନ୍ ସାମ୍ନାରେ ୪ଟି ସର୍ତ୍ତ ରଖିଲା ରୁଷିଆ

ମସ୍କୋ,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଯୁଦ୍ଧ ଶେଷ କରିବାକୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ତେବେ ଯୁଦ୍ଧ ଶେଷ କରିବାକୁ ରୁଷିଆ ୟୁକ୍ରେନ୍ ସାମ୍ନାରେ ୪ଟି ସର୍ତ୍ତ ରଖିଛି । ଯଦି ଏସବୁ ସର୍ତ୍ତକୁ ୟୁକ୍ରେନ୍ ମାନିଯାଏ ତେବେ ତୁରନ୍ତ ଯୁଦ୍ଧ ବନ୍ଦ କରି ଦିଆଯିବ ବୋଲି ରୁଷିଆ କହିଛି ।
ପ୍ରଥମେ ରୁଷିଆ କହିଛି, ୨୪ ଫେବୃୟାରୀରେ ସେ ଯେତେବେଳେ ୟୁକ୍ରେନ ଉପରେ ଆକ୍ରମଣ କଲା ସେତେବେଳେ ରୁଷିଆର ଉଦ୍ଦେଶ୍ୟ ନ ଥିଲା ୟୂକ୍ରେନକୁ କବଜା କରିବା ବରଂ ଏହାକୁ ଡିମୋଟାଲାଇଜ ବା ନତ ମସ୍ତକ କରିବା । ଅର୍ଥାତ୍ ରୁଷିଆ ଚାହୁଁଥିଲା ୟୁକ୍ରେନ୍ ସେନା ଆକ୍ରମଣ ବନ୍ଦ କରୁ ।
ଦ୍ୱିତୀୟରେ ୟୁକ୍ରେନ୍ ଅନ୍ୟ କୌଣସି ସଙ୍ଗଠନରେ ସାମିଲ ହେବାକୁ ରୁଷିଆ ଚାହେଁ ନାହିଁ । କାରଣ ୟୁକ୍ରେନ ଲଗାତାର ନାଟୋରେ ସାମିଲ ହେବାକୁ ଚେଷ୍ଟା ଚଳାଇଛି । ତେଣୁ ୟୁକ୍ରେନ ତା’ର ସମ୍ବିଧାନରେ ପରିବର୍ତ୍ତନ ଆଣିଲେ ସହଜରେ ନାଟୋ ଓ ଉୟୁ ଭଳି ସଂଗଠନରେ ସାମିଲ ହୋଇ ପାରିବ ନାହିଁ ।
ତୃତୀୟରେ କ୍ରିମିୟାକୁ ମାନ୍ୟତା ଦେଉ ୟୁକ୍ରେନ୍ । କ୍ରିମିୟା ପୂର୍ବରୁ ରୁଷିଆର ଥିବା ବେଳେ ୧୯୫୪ରେ ତତ୍କାଳିନ ସୋଭିଏତ ସଂଘର ନେତା ନିକିତା ଖ୍ରୁଶ୍ଚେବ ଏହାକୁ ୟୁକ୍ରେନକୁ ଉପହାରରେ ଦେଇ ଦେଇଥିଲେ । ହେଲେ ୨୦୧୪ରେ ରୁଷିଆ ଆକ୍ରମଣ କରି କ୍ରିମିୟାକୁ ରୁଷିଆରେ ମିଶାଇ ଦେଇଥିଲା । ହେଲେ ୟୁକ୍ରେନ୍ ଏପର୍ଯ୍ୟନ୍ତ ଏହାକୁ ମାନ୍ୟତା ଦେଉନାହିଁ ।
ଚତୁର୍ଥରେ ୨୦୧୪ରେ ପୂର୍ବ ୟୁକ୍ରେନର ଡୋନବାସ ଅଞ୍ଚଳରେ ଥିବା ଡୋନେତ୍ସକ ଓ ଲୁହାଂସ୍କକୁ ବିଛିନ୍ନତାବାଦୀମାନେ ସ୍ୱତନ୍ତ୍ର ଦେଶ ଘୋଷଣା କରିଥିଲେ । ୟୁକ୍ରେନ ସହ ଯୁଦ୍ଧ ଆରମ୍ଭର କିଛିଦିନ ପୂର୍ବରୁ ରୁଷିଆ ଡୋନେତ୍ସକ ଓ ଲୁହାଂସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲା ହେଲେ ୟକ୍ରେନ ଏହାକୁ ବିରୋଧ କରିଥିଲା । ଏବେ ରୁଷିଆ ସର୍ତ୍ତ ରଖିଛି ଯେ ୟୁକ୍ରେନ ଡୋନେତ୍ସକ ଓ ଲୁହାଂସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଉ ।
ଏହି ୪ ସର୍ତ୍ତ ପୂରଣ ହେଲେ ରୁଷିଆ ତୁରନ୍ତ ଯୁଦ୍ଧ ବନ୍ଦ କରିଦେବ ବୋଲି କହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri